No Result
View All Result
ଟକକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା କାଜିପାଟଣା ଗ୍ରାମରେ ଥିବା ଆନନ୍ଦାଳାୟ ବୃଦ୍ଧା ଆଶ୍ରମରେ ଆସି ରହିଥିବା ମାଧବ ନାମକ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଗତ ଜୁନ ୧ ତାରିଖ ରେ କଟକ ବଡ଼ ମେଡ଼ିକାଲରୁ ଅଣାଯାଇ କାଜିପାଟଣା ସ୍ଥିତ ବୃଦ୍ଧା ଆଶ୍ରମରେ ରଖାଯାଇଥିଲା । ସେଠାରେ ତାର ଗତ ୮ ତାରିଖ ରେ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ କଟକ ସଦର ଥାନା ପୋଲିସ ମୃତ ବ୍ୟକ୍ତିର ଶରୀରକୁ ଉଦ୍ଧାର କରିବାସହିତ କଟକ ବଡ ଡାକ୍ତରଖାନାରେ ପୋଷ୍ଟ ମର୍ଟମ କରି ଶବଦାହ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ମୃତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଜଣା ପଡି ନାହଁ । ଏହି ବ୍ୟକ୍ତିଙ୍କୁ ଯଦି କେହି ଜାଣିଥାନ୍ତି କିମ୍ବା ଚିହ୍ନି ଥାନ୍ତି ତେବେ କଟକ ସଦର ଥାନାର ଏ ଏସ ଆଇ ପ୍ରଶାନ୍ତ ପରିଡ଼ାଙ୍କ ସହିତ ଯୋଗା ଯୋଗ କରି ପାରନ୍ତି ବୋଲି ଏ ଏସ ଆଇ ଶ୍ରୀ ପରିଛା ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପ୍ରକୃତ ନାମ ଜଣା ପଡି ନଥିବାରୁ ତାଙ୍କୁ ମାଧବ ନାମରେ ଡକାଯାଇଥିଲା ।

No Result
View All Result