କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡପଡା ପଂଚାୟତ କାଠିଆପଡା ଗ୍ରାମର ଶଶିକାନ୍ତ ପରିଡା ଙ୍କ ଝିଅ ପିଡି ସଂଗୀତା ଜନୈକ ଯୁବକଙ୍କୁ ପ୍ରେମ କରୁଥିଲେ । ସେହି ପ୍ରେମିକ ଜଣକ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲା । ପ୍ରେମିକ ଙ୍କ ବ୍ଲାକମେଲର ଶିକାର ହୋଇ ପିଡି ସଂଗୀତା ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ କିରୋସିନ ଢାଳି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛି । ସେ ବଡପଡା କଲେଜରେ +୩ ଶେଷବର୍ଷ କଳା ଛାତ୍ରୀ ଥିଲେ । ଆଜି ସକାଳ ୭. ୩୦ ମିନିଟ ସମୟରେ ମୃତା ପିଡି ସଂଗୀତାଙ୍କ ବାପା ମା କୌଣସି କାମରେ ପଟ୍ଟାମୁଣ୍ଡାଇ ଯାଇଥିଲେ । ଘରେ ଝିଅ ପିଡି ସଂଗୀତା ଏକୁଟିଆ ଥିଲେ ।

ବାପା ମା ଘରକୁ ଫେରି ପିଡି ସଂଗୀତାଙ୍କ ରୁମ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ବହୁ ଡକାଡକି ପରେ ସେ କବାଟ ନଖୋଲିବାରୁ ବାପା ମା ବାଧ୍ୟ ହୋଇ କବାଟ ଭାଙ୍ଗି ତାଙ୍କ ରୁମ ଭିତରେ ପ୍ରବେଶ କରି ଝିଅ ପିଡି ସଂଗୀତା ଦେହରେ କିରୋସିନ ଢାଳି ପୋଡି ହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ। ତେବେ ପିଡି ସଂଗୀତା ପୋଡି ହୋଇ ମୃତ୍ୟୁବରଣ କରିଥିଲେ ମଧ୍ୟ ଘର ବିଶେଷ ପୋଡି ନଥୁବାରୁ ପିଡି ସଂଗୀତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ଓ ତାଙ୍କର ଗତକାଲି କଲେଜରେ ପରୀକ୍ଷା ଥିଲା ବୋଲି କେତେକ ସୂତ୍ରରୁ ଜଣାପଡିଛି ।

ମୃତ୍ୟୁବରଣ କରିଥିବା ଖବର ପାଇ କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆ ପଟ୍ଟାମୁଣ୍ଡାଇ ଏସ ଡିପି ଓ କ୍ଷମା ସାଗର ପଣ୍ଡା ପଟ୍ଟାମୁଣ୍ଡାଇ ମଡେଲ ଥାନା ଆଇଆଇସି ବନ୍ଦନା ପାତ୍ର, ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଂଚି ସମୁଦାୟ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କିଶୋର ତରାଇ,ଡ଼ ଅଲେଖ ଜେନା ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଜେଡି ଜିଲ୍ଲା ସଭାପତି ଶିବପ୍ରସାଦ ଭୋଳ କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷ ଶ୍ରୀମତୀ ସରିତା ସାହୁ ଦେବସ୍ମିତା ଶର୍ମା ପ୍ରମୁଖ ମୃତା ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି। ମୃତା ଯୁବତୀଙ୍କ ଘର ସମ୍ମୁଖରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି । ଏହି ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ଓ ପଟ୍ଟାମୁଣ୍ଡାର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।














