ଖଣ୍ଡପଡା (ଓଡ଼ିଶା ତାଜା ନ୍ୟୁଜ୍) :- ଖଣ୍ଡପଡ଼ା ରାଜା ତଥା ବିଧାନସଭାର ପୂର୍ବତନ ଉପ ବାଚସ୍ପତି ତଥା ମନ୍ତ୍ରୀ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତି ୧୨.୩୦ ମିନିଟ ସମୟରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଦିର୍ଘ ମାସ ଧରି ସେ ଅସୁସ୍ଥ ଥିଲେ । ଓଡିଶା ବିଧାନସଭା ସୌଧ ପରିସରରେ ସ୍ବର୍ଗତ ସିଂହଙ୍କ ସଂମ୍ମାନର୍ଥେ ଗାର୍ଡ ଅଫ ଅନର ସହିତ ୯ ତୋପ ସଲାମ ଦିଆଯାଇଥିଲା l ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଓ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଗଭିର ଶୋକପ୍ରକାଶ ପାଇଛି ।

ସ୍ବର୍ଗତ ମର୍ଦ୍ଦରାଜଙ୍କ ବିୟୋଗରେ ବିଧାନ ସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ଆଇନମନ୍ତ୍ରୀ ପ୍ରୁଥିବରlଜ ହରିଚନ୍ଦନ , ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଭାପୁର ବ୍ଲକ ଅଧକ୍ଷା ସାବିତ୍ରୀ ପ୍ରଧାନ,କଂଗ୍ରେସ ନେତ୍ରୀ ତଥା ଗତ ୨୦୨୪ର ବିଧାୟିକା ପ୍ରାର୍ଥୀନି ବୈଜୟନ୍ତୀମାଳା ମହାନ୍ତିଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ଯକ୍ତିବିଶେଷ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ସ୍ବର୍ଗତ ମର୍ଦ୍ଦରାଜ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ଜଣାଶୁଣା ବିଭୂତିଭୂଷଣ ବିଧାନସଭାରେ ଉପ ବାଚସ୍ପତି ହେବାର ସୌଭାଗ୍ଯ ଲାଭ କରିବା ସହ ଜଣେ ଦକ୍ଷ ମନ୍ତ୍ରୀ ଭାବେ ମଧ୍ଯ ଦାୟୀତ୍ବ ତୁଲାଇଥିଲେ । ତାଙ୍କ ମରଶରୀର ଆଜି ଅପରାହ୍ନରେ ଖଣ୍ଡପଡ଼ାସ୍ଥିତ ରାଜବାଟି ପରିସରରେ ଆସି ପହଞ୍ଚିବା ପରେ ସଂପୂର୍ଣ୍ଣ ଭାବେ ରାଜକୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ବୋଲି ଖଣ୍ଡପଡ଼ା ରାଜ ପରିବାର ପକ୍ଷରୁ ସୂଚନା ମିଳିଛି ।