ଗାନ୍ଧୀବାଦୀ ଚିନ୍ତକ ପ୍ରହଲ୍ଲାଦ ସିଂହ, ଡ. ପ୍ରବୋଧ ମହାନ୍ତି , ସୁବ୍ରତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଦୂରଦର୍ଶୀର ଦୀର୍ଘ ୧୭ ବର୍ଷର ସଫଳ ଜୟଯାତ୍ରା ପାଇଁ ପତ୍ରିକାର ସମ୍ପାଦକ ତଥା ପ୍ରକାଶନ କ୍ଷେତ୍ରରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଶୁଭଅବସରରେ ଦୂରଦର୍ଶୀର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚନ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ୧୬ ଜଣ ଅନନ୍ୟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ‘ଦୂରଦର୍ଶୀ ସମ୍ମାନ-୨୦୨୫’ରେ ସମ୍ମାନିତ କରାଯାଇଥିଲା ।
ସେମାନେ ହେଲେ: ଡ. ଜୟକୃଷ୍ଣ ପାଣିଗ୍ରାହୀ ( ବିଶିଷ୍ଟ ପରିବେଶ ବିଶେଷଜ୍ଞ), ଶ୍ରୀଯୁକ୍ତ ମନୋଜ ଜେନା ( ବିଶିଷ୍ଟ ମାନବାଧିକାରବିତ୍), ହର ପ୍ରସାଦ ଦାସ (ବିଶିଷ୍ଟ ସାମ୍ବାଦିକ)‘ଦୂରଦର୍ଶୀ’ର ସଂପାଦକ ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ.ପ୍ରସନ୍ନ ବିଶୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜଗନ୍ନାଥ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

© 2023 Odisha Taza News.