ଯେଉଁଥିପାଇଁ ଦଳ ଏହି ଜିଲ୍ଲାର ସଭାପତି ଘୋଷଣା ନକରି ପକାଇ ରଖିଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ଦଳର ନେତା ରବୀନ୍ଦ୍ର ଜେନା ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଅନ୍ୟମାନଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ କାହାରିକୁ ଦଳ ଦାୟିତ୍ୱ ଦେଇପାରିନି । ସେହିପରି ଖୋର୍ଦ୍ଧା, କୋରାପୁଟ ଓ ରାୟଗଡ଼ାରେ ଥିବା ବ୍ୟବସାୟିକ କାରବାରକୁ ସୁରକ୍ଷା ଦେବା ନିମନ୍ତେ ନିଜର ଅନୁଗତଙ୍କୁ ଥଇଥାନ ନିମନ୍ତେ ପାଣ୍ଡିଆନଙ୍କ ଅନୁଗତ ଗ୍ରୁପ୍ ଉଦ୍ୟମ କରୁଥିବାରୁ ଏହି ଜିଲ୍ଲାଗୁଡ଼ିକର ସଭାପତି ନାଁ ମଧ୍ୟ ବିଜେଡି ଘୋଷଣା କରିପାରିନଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କୁ ନବମଥର ସଭାପତି ଚୟନ କରିବା ନିମନ୍ତେ ବିଜେଡି ଗତ ଏପ୍ରିଲ ମାସରେ ଦଳର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିବାକୁ ବାଧ୍ୟ ହୋଇଥିଲା । ମେ’ ମାସରେ ଆଉ ୬ଟି ଜିଲ୍ଲାର ଓ ମଙ୍ଗଳବାର ଆଉ ୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । ଅବଶିଷ୍ଠ 5ଜିଲ୍ଲାର ସଭାପତି କେବେ ଚୟନ କରାଯାଉଛି ତାକୁ ସମସ୍ତଙ୍କ ଅପେକ୍ଷା l

© 2023 Odisha Taza News.