ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଥିଲେ ଯେ, ଶିକ୍ଷା କେବଳ ନମ୍ବର, ସାର୍ଟିଫିକେଟ୍, ପାସ୍ଫେଲ୍ ବ୍ୟବସ୍ଥା ଭିତରେ ସଙ୍କୁଚିତ ବ୍ୟବସ୍ଥା ନୁହେଁ, ଏହା ଶିଶୁଟିକୁ ସାମ୍ରଗିକ ଭାବେ ବ୍ୟକ୍ତିରୁ ବ୍ୟକ୍ତିତ୍ୱ ଦିଗରେ ଅଗ୍ରସର କରାଇନିଏ, ଏହି ଅବସରରେ ସେ ପ୍ରତିଷ୍ଠାନର ବାର୍ଷିକ ମୁଖପତ୍ର ‘ପ୍ରତିବିମ୍ବ’ର ଉନ୍ମୋଚନ କରିଥିଲେ,
ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱଗତ ସମ୍ଭାଷଣ ପ୍ରଦାନ କରି ଗତ ବର୍ଷକ ମଧ୍ୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତର ପ୍ରାଚୀନ ଶିକ୍ଷା ବ୍ୟବସ୍ଥା,
ପରେ ପରେ ପ୍ରତିଷ୍ଠାନର ଅବସରପ୍ରାପ୍ତ କର୍ମଚାରୀ ବୃନ୍ଦଙ୍କୁୂ ତୁଳସୀଚାରା ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିବା ସହ ପୁରାତନ ଛାତ୍ର ସଂଘର କର୍ମକର୍ତ୍ତା,ସଦସ୍ୟ ସଦସ୍ୟାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ପରିଶେଷରେ ପ୍ରଶାସନିକ ଅଧିକାରୀ ଫୁଲଚାନ୍ଦ ମୀନା ଧନ୍ୟବାଦାର୍ପଣ କରିବା ପରେ ଓଡ଼ିଶୀ, ସମ୍ବଲପୁରୀ ସମେତ ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ ଆଦି ପ୍ରଦେଶର ନୃତ୍ୟ ପରିବେଷିତ ହୋଇଥିଲା ।

© 2023 Odisha Taza News.