No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରାବଣ ଶୁକ୍ଳ ଦଶମୀ ଅଗଷ୍ଟ ୪ ସୋମବାର ଠାରୁ ଭାଦ୍ରବ ଶୁକ୍ଳ ପ୍ରତିପଦା ଅଗଷ୍ଟ ୧୦ ରବିବାର ପର୍ଯ୍ୟନ୍ତ ସାତଦିନ ଧରି ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ସାତଦିନ ଧରି ଚାଲିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝଲଣ କୁଞ୍ଜକୁ ବିଜେ କରିଛନ୍ତି । ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନମୋହନ ରାସ କରୁଛନ୍ତି । ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ ।
କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତ ଥିବା ମଠ ମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଛି। ପ୍ରାୟତଃ ଏକ ମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣ କରିଥାନ୍ତି। କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ମଧ୍ୟ ବ୍ୟବହାର କରାଯାଇଛି । ଏହି କୁଞ୍ଜରେ ଦେବାଦେବୀଙ୍କ ସହ ସକ୍ଷୀ, ପଶୁପକ୍ଷୀ ତଥା ବିଭିନ୍ନ ଗଛଲତା ଏବଂ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଛି । ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ହେଉଥିବା ବିଭିନ୍ନ ମଠ, ମନ୍ଦିର ଓ ଘରୋଇ ସ୍ଥାନ ମଧ୍ଯରେ ଏମାର ମଠ, କାକୁଡି ଖାଇ ଛକ , ମାର୍କେଟ ଛକ ସ୍ଥିତ ଜଗନ୍ନାଥ ବଲ୍ଲଭ ମଠ, ଧାନକୁଟି ସାହି ସ୍ଥିତକୌଶଲ୍ଯା ଦାସ ମଠ,
ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟ ରାଧାବଲ୍ଲଭ ମଠ, ଶ୍ରୀମନ୍ଦିର ସିଂହଦ୍ୱାର ନୃସିଂହ ଆଚାରୀ ମଠ, କାକୁଡି ଖାଇ ଛକ ଜୀୟରସ୍ବାମୀ ମଠ, ବାଲି ସାହି ଝାଞ୍ଜପିଟା ମଠ, ପାତ୍ର ସାହି ପଞ୍ଜାବୀ ମଠ, ଧାନକୁଟି ସାହି ମଣିରାମ ମଠ, ମରିଚିକୋଟ ଗଳି, କୁଣ୍ଢେଇବେଣ୍ଟ ସାହି ପଣ୍ଡିତ ମଠ, ପଥୁରିଆ ସାହି, ଦକ୍ଷିଣପାର୍ଶ୍ବ ମଠ, ଧାନକୁଟି ସାହି ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟ ନେବଳ ମଠ, କରତି ସାହି ସାନ ମଠ, ଦଇତାପଡ଼ା ସାହି ପାପୁଡିଆ ମଠ, ବଡ଼ଦାଣ୍ଡ ଚିକିଟି ମଠ, ବାରାହୀ ଲେନ୍ ସିଦ୍ଧ ବକୁଳ ମଠ, ବାଲିସାହି ବଡ଼ ଛତା ମଠ, ଶ୍ରୀମନ୍ଦିର ର ସିଂହଦ୍ଵାର ନିକଟ ରାଧାକାନ୍ତ ମଠ,
ବାଲିସାହି ବଡ଼ ସନ୍ଥ ମଠ, ମାର୍କଣ୍ଡେଶ୍ୱର ସାହି ନାଗା ମଠ, ହରଚଣ୍ଡୀ ସାହି ଖଜୁରିଆ ମଠ, ବାସେଳି ସାହି ନୂଆ ମଠ, ମରିଚିକୋଟ ଗଳି ଉତ୍ତରପାର୍ଶ୍ଵ ମଠ, ଲକ୍ଷ୍ମୀ ବଜାର ଦେଉଳ ଘର, ମଣିକର୍ଣ୍ଣିକା ସାହିରାଧାଶ୍ୟାମ ମଠ, ଶ୍ୟାମକୁଞ୍ଜ ଗଳି କୁଞ୍ଜ ମଠ, ବାଲି ସାହି ସାନ ତରଳା ମଠ, ବାଲି ସାହି ଶ୍ରୀନାଥଜୀ ମନ୍ଦିର, କାଳିକାଦେବୀ ସାହି ରାଧାକୃଷ୍ଣ ମନ୍ଦିର, ବାଲି ସାହି ତୋଟା ଗୋପୀନାଥ ମନ୍ଦିର, ଗୌଡବାଡ଼ ସାହିରାଧାମୋହନ ମନ୍ଦିର, ଜାଡୁଆଣି ଛକ ସ୍ଥିତ ରାଧାଗୋବିନ୍ଦ ଜୀଉ ମନ୍ଦିର, ବାରାହୀ ଲେନ୍ ରାଣୀ ଘର, ବାରାହୀ ଲେନ୍ ହରିଦାସ ଠାକୁର ସମାଧି ମଠ, ସ୍ଵର୍ଗଦ୍ଵାର ରୋଡ଼ ରାସବିହାରୀ ମଠ,
ସ୍ବର୍ଗଦ୍ବାର କୃଷ୍ଣ ବଳରାମ ମଠ, ସାତାସନ ମାର୍ଗ, ସ୍ବର୍ଗଦ୍ବାରଶ୍ୟାମସୁନ୍ଦର ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର ସାରସ୍ବତ ଗୌଡ଼ୀୟ ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର ଗିରିଧାରୀ ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର ଚୈତନ୍ୟ ଗୌଡ଼ୀୟ ମଠ, ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଚୈତନ୍ୟ ଚନ୍ଦ୍ରାଶ୍ରମ ଆଶ୍ରମ ରାଧା ଦାମୋଦର ମଠ, ଚକ୍ରତୀର୍ଥ ମାର୍ଗ ଗୋପୀନାଥ ଗୌଡିୟ ମଠ, ଚକ୍ରତୀର୍ଥ ମାର୍ଗ ସରୋଜିନୀ ମଠ, ଗୌରବାଟ ସାହି ପୁରୁଷୋତ୍ତମ ଗୌଡ଼ିୟ ମଠ, ଗୌଡବାଡ଼ ସାହି ଓମ୍କାରନାଥ ଠାକୁର୍ ଆଶ୍ରମ, ଗୌଡବାଡ଼ ସାହି ଇସ୍କନ ମନ୍ଦିର, ସ୍ଵର୍ଗଦ୍ଵାର ନିକଟବିଶାଖା ମଠ, ମାର୍କଣ୍ଡେଶ୍ୱର ସାହି ରାମଦାସ ମଠ, ଶ୍ୱେତଗଙ୍ଗା ଲେନ,
ବାଲିସାହି ବିଭିନ୍ନ ସାହିରେ ଘରୋଇ ଝୁଲଣ ପଥୁରିଆ ସାହି ରେ – ୬ ଟି ହରଚଣ୍ଡି ସାହିରେ ୫ ଟି, ବିମାନବଡୁ ସାହି ୪ ଟି ,ମରିଚିକୋଟ ଗଳି ୪ ଟି, ବାଲି ସାହି ୩ ଟି ,ମଣିକର୍ଣ୍ଣିକା ସାହି, ଦୋଳମଣ୍ଡପ ସାହି, ଶୀତଳପିଣ୍ଡା ସାହି ଓ କୁଣ୍ଢେଇବେଣ୍ଟ ସାହିରେ ଗୋଟିଏ ଲେଖାଏଁ ଝୁଲଣ କୁଞ୍ଜରେ ଝୁଲୁଛନ୍ତି ବ୍ରଜ ମୋହନ । ରଙ୍ଗୀନ ଆଲୋକ ମାଳା ସହ ସାଜସଜ୍ଜାରେ ଝଲସୁଛି ଝୁଲଣ କୁଞ୍ଜ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ମଠ ବାଡି ସମେତ ସାହି ଗଳିରେ । ଝୁଲଣ ଯାତ୍ରା ଦେଖିବାକୁ ସାହିର ଲୋକ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

No Result
View All Result