ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ବିଜେଡି ୭ ତାରିଖ ଗୁରୁବାର ଦିନ ପୁରୀ ବନ୍ଦ ଡାକରା ଦେଇଛି । ୭ ତାରିଖ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ହରତାଳ ହେବ,କେବଳ ଜରୁରୀ କାଳୀନ ସେବାକୁ ଛାଡ଼ିଦେଲେ ଆଉ ସମସ୍ତ କାର୍ଯ୍ୟକୁ ବନ୍ଦ କରାଯିବ । ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହଲିଡେ ରିସର୍ଟ ଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ପାଇଁ ବିଜେଡି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।














