ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) – ଗୁଣିଗାରେଡି ସନ୍ଦେହରେ ଯୁବକର ଯୌନାଙ୍ଗ କାଟି ହତ୍ୟାକରିବା ପରେ ହରଭଙ୍ଗୀ ଡ୍ୟାମ୍ ରେ ଫିଙ୍ଗି ଦେଲେ ଦୃର୍ବୁତ୍ତ l ଏଭଳିଏକ ଲୋମ ହର୍ଷକ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଡ୍ୟାମ ରେ l ସୂଚନାପ୍ରକାରେ ମୋହନା ଥାନା ଅନ୍ତର୍ଗତ ରାଚା ଗୁଡା ଗାଁରେ ଗତ ୧୫ ଦିନ ପୁର୍ବରୁ ଗାଁର ସୁବାସ ମଲ୍ଲିକଙ୍କ ପତ୍ନୀ ଝୁନୁ ମଲ୍ଲିକଙ୍କ ମୃତ୍ୟୁବରଣ ପରେ ଗାଁର ଗୋପାଳ ମଲ୍ଲିକ କୁ ଗୁଣି ସନ୍ଦେହ କରିଥିଲେ ଗ୍ରାମବାସୀ l

ଯାହା ଫଳରେ ଗତକାଲି ସୁବାସ ମଲ୍ଲିକଙ୍କ ସମେତ ଗାଁର କିଛି ଜଣ ଯୁବକ ଗାଁ ଠାରୁ 20କିଲୋମିଟର ଦୂର ହରଭଙ୍ଗି ଡ୍ୟାମ ପଟେ ଡାକି ନେଇ ସେଠାରେ ହତଗୋଡ ବାନ୍ଧି ଶେଷରେ ଯୌନାଙ୍ଗଟିକୁ କାଟି ଅତି ନିନ୍ମମ ଭାବେ ହତ୍ୟା କରି ଡ୍ୟାମ ରେ ଫିଙ୍ଗି ଦେଇଥିଲେ l

ଏହି ଘଟଣାରେ ପୋଲିସ ଗାଁରୁ ୧୪ ଜଣଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଥିବାବେଳେ ସେଥି ମଧ୍ୟରୁ 4 ଜନ ଅଭିଯୁକ୍ତ ହତ୍ୟା କରିଥିବା ଘଟଣା ପୋଲିସକୁ ଦେଖାଇଥିଲେ ତେବେ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ଅକ୍ଲାନ୍ତ ପରିଶ୍ରମରେ ଗଭୀର ପାଣିରୁ ମୃତ ଦେହ ଉଦ୍ଧାର କରିଥିଲେ l

ତେବେ ସୂଚନା ପ୍ରକାରେ ଯେଉଁ ଦିନ ଝୁନୁ ମଲ୍ଲିକ ଙ୍କ ମୃତ୍ୟୁ ହୋଇଥିଲା ସେଦିନ ହିଁ ଗାଁର କିଛି ଯୁବକ ଗୁଣି କରିଥିବା ସନ୍ଦେହରେ ଗୋପା କୁ ସେହି ଜୁଇ ରେ ହିଁ ପୋଡ଼ିମାରିଦେବା ପାଇଁ ଯୋଜନା ହୋଇଥିଲା l କୌଣସି ସୂତ୍ରରୁ ଖବର ପାଇ ସୁବାସ ଦଉଡ଼ି ପଳାଇଥିବା ଚର୍ଚ୍ଚା ହଉଛି l ତେବେ ଆର-ଉଦୟଗିରି ଏସ ଡି ପି ଓଏବଂ ମୋହନା ପୋଲିସର ସମ୍ପୂର୍ଣ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ l














