No Result
View All Result
ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲାର ସର୍ବପୁରାତନ ନିଆଳି ମହାବିଦ୍ୟାଳୟର ୪୯ ତମ ପ୍ରତିଷ୍ଠା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିଆଳି ବିଧାୟକ ଛବି ମଲ୍ଲିକ ଯୋଗ ଦେଇ ନିଆଳି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେବା ସହ, କଲେଜର ଆସନ୍ତା ବର୍ଷରେ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଧୁମ୍ ଧାମରେ ପାଳନ କରାଯିବ ବୋଲି କହିଥିଲେ ,
ଆଉ ମଧ୍ୟ ଛାତ୍ର ଛାତ୍ରୀମାନେ ନିଷ୍ଠାପର ଭାବେ ସଂସ୍କାର, ଆଧ୍ୟାତ୍ମିକ, ଏବଂ ଆଚାର ବ୍ୟବହାର କରିପାରିଲେ ଦୁନିଆଁରେ ଭଲ ମଣିଷ ହୋଇପାରିବ ଶ୍ରୀ ବିଧାୟକ ଉପଦେଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ କଲେଜ ପ୍ରତିଷ୍ଠାତା ମଦନ ମୋହନ ସାହୁ ଯୋଗ ଦେଇ ଏହି କଲେଜ ପ୍ରତିଷ୍ଠା କରିବାରେ ଯେଉଁ ଘାତ ପ୍ରତିଘାତ ଆସିଛି ତାହା ଅବର୍ଣ୍ଣନିୟ ବୋଲି କହିଥିଲେ । ଏଥିରେ ପ୍ରାକ୍ତନ ପୁର୍ବତନ ଅଧ୍ୟକ୍ଷ ପ୍ରଫେସର ଭାଗିରଥୀ ଜେନା, ଡକ୍ଟର ଶଶି ଭୂଷଣ ପରିଡା, ସମେତ କଲେଜର ପୁର୍ବତନ ଅଧ୍ୟାପିକା-ଅଧ୍ୟାପକ ଓ କର୍ମଚାରୀ ଯଥା : ଡକ୍ଟର ଅଞ୍ଜଳି ସ୍ବାଇଁ, ପବିତ୍ର ମୋହନ ମହାନ୍ତି,
ଶରତ କୁମାର ବାରିକ୍,ବ୍ରହ୍ମାନନ୍ଦ ସେନାପତି, ବିପିନ ବିହାରୀ ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ଅଧ୍ୟାପକ ଡକ୍ଟର ଶ୍ରୀଧର ବାରିକ ବିବରଣୀ ପାଠ କରିଥିଲାବେଳେ ସଂଯୋଜନା ଓ ମଞ୍ଚ ପରିଚାଳନରେ ଅଧ୍ୟାପିକା ଇପ୍ସିତା ଷଡ଼ଙ୍ଗୀ, ଏବଂ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ସହଯୋଗ କରିଥିଲେ । ଶେଷରେ ଡକ୍ଟର ଶ୍ରୀଧର ବାରିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲାବେଳେ ଅଧ୍ୟାପକ ହରେକୃଷ୍ଣ ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ଏହି ଉତ୍ସବରେ “ଦି ପ୍ରାଚୀ” ନାମକ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲାବେଳେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ନୃତ୍ୟ, ସଂଗୀତ , ଓ ଅଭିନୟ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏଵଂ ଛାତ୍ର ଛାତ୍ରୀମାନେ ପରିଚାଳନରେ ସହଯୋଗ କରିଥିଲେ ।

No Result
View All Result