No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ କଟକ ଜିଲ୍ଲା କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି । କଟକର ତ୍ରିଶୂଳିଆ ଠାରେ ବନ୍ଦେ ଉତ୍କଳଲୋକ କଳା ଓ ଲୋକ ସଂସ୍କୃତି ମହାସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ଅଜୟ କୁମାର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର , ସଂପାଦକ ବିନୋଦ କୁମାର ଭୋଇ, ରାଜ୍ୟ ଉପସଭାପତି ବିବେକାନନ୍ଦ ବେଉରା ,

ମଣ୍ଡଳ ନିର୍ଦେଶକ ଚନ୍ଦ୍ରଶେଖର ସାମଲ, ଜିଲ୍ଲା ଉପ ସଭାପତି ରାଘବ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ଭାବେ ଶ୍ରୀଯୁକ୍ତ ମାଗୁଣି ଚରଣ ରାଉତଙ୍କୁ ମନୋନୀତ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଥିବାବେଳେ, ନଗର ସଭାପତି ଭାବେ ପ୍ରତାପ କିଶୋର ସିଂ, ଓ ଗାୟକ ମଞ୍ଜୁଳ ଜଗନ୍ନାଥ ସିଂଙ୍କୁ ଉପସଭାପତି ଭାବେ, ସୋମନାଥ ଦାସଙ୍କୁ ସଙ୍ଗଠନ ସମ୍ପାଦକ ଭାବେ, ନିହାର ରଞ୍ଜନ ସାମନ୍ତରାୟଙ୍କୁ ସଂପାଦକ ଏବଂ ଜିଲ୍ଲା ସଂଯୋଜକ ଭାବେ ରବିନ୍ଦ୍ରନାଥ ସାହୁଙ୍କୁ ସଙ୍ଘ ପକ୍ଷରୁ ମନୋନୀତ କରାଯାଇଛି।
ପରିଶେଷରେ ଉପଦେଷ୍ଟା ଅଜୟ କୁମାର ମୁଦୁଲି, ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର, ଜିଲ୍ଲା ସଭାପତି ମାଗୁଣି ଚରଣ ରାଉତଙ୍କୁ ବୈଠକରେ ମନୋନୟନ ପତ୍ର ଦିଆଯାଇ ସ୍ୱାଗତ କରାଯାଇଥିଲା । ଉକ୍ତ ବୈଠକରେ ଜିଲ୍ଲା କଳାକାରମାନଙ୍କର କିପରି ସର୍ବାଙ୍ଗୀନ ଉନ୍ନତି କରାଯିବ ଏଵଂ ଓଡିଆ ଭାଷା, ସଂସ୍କୃତିକୁ କିପରି ରୁଦ୍ଧିମନ୍ତ କରାଯିବ ସେଥି ପାଇଁ ସମସ୍ତେ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ଏହି ବୈଠକରେ ଉପସ୍ଥିତ ଥିବା ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଉପସଭାପତି ବିବେକାନନ୍ଦ ବେଉରା ଧନ୍ୟବାଦ ଦେଇଥଲେ । ଆସନ୍ତା ସପ୍ତାହରେ କଟକ ଜିଲ୍ଲା କମିଟି ପକ୍ଷରୁ ଆଉ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ଏଥିରେ ଶତାଧିକ କଳାକାରମାନେ ଯୋଗ ଯୋଗ ଦେବେ ବୋଲି କଟକ ଜିଲ୍ଲା କମିଟି ପକ୍ଷରୁ କୁହାଯାଇଛି ।

No Result
View All Result