ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଲାସ୍ଥିତ ମିନି ଷ୍ଟାଡ଼ିଯମଠାରେ ୮ଦିନଧରି ଚାଲିଥିବା ଷ୍ଟାର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଥଣ୍ଡର ଟାଇଟନ୍ସ କ୍ରିକେଟ କ୍ଳବ ଚାମ୍ପିୟନ ହୋଇଛି ! ଏହି ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ରାଜସୁନାଖଳା ଫ୍ରେଣ୍ଡସ କ୍ଲୁବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ତଥାରଣପୁର ବ୍ଲକ ବିଜେଡି ସଭାପତି ସଚକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ !

ଏହି ଟୁର୍ଣ୍ଣାମେଣ୍ଟ ୨୨ତାରିଖରୁ ଆରମ୍ଭ ହୋଇଥିଲା ! ୪ଟି ଟିମ ଅଂଶ ଗ୍ରହଣ କରିଥିଲେ ! ଆଜିର ୧୦ ଓଭର ବିଶିଷ୍ଟ ମ୍ୟାଚରେ ଆସୁ ଆରିୟାର କ୍ରିକେଟ ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୦ ଓଭରରେ ୪ଟି ୱକେଟ ହରାଇ ୪୮ରନ କରିଥିଲା ! ଜବାବରେ ଥଣ୍ଡର ଟାଇଟନ୍ସ କ୍ରିକେଟ ଟିମ ୮ ଓଭରରେ ବିନା ୍ୱିକେଟ ହରାଇ ୪୯ରନ କରି ଚମ୍ପିୟାନ ହୋଇଥିଲା !















