ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏସ୍ପି ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୬ ବ୍ୟାଚ୍?ର ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଫିସର ସାଗରିକା ନାଥଙ୍କ ‘ଏନ୍ଆଇଏ’ରେ ଏସ୍ପି ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟର ସଚିବ ସଂଜୀବ କୁମାର ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ, ସାଗରିକାଙ୍କ ମୂଳ ଘର ଢେଙ୍କାନାଳ ଜିଲ୍ଲାରେ । ସେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିଥିଲେ ।














