No Result
View All Result
କାଲିମେଳା (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖାର କାଲିମେଳା ବ୍ଲକ ସଦର ମହକୁମାରେ କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ସଦସ୍ୟ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ସଭାପତି ଅଶୋକ କୁମାର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବୈଠକରେ କାଲିମେଳା ଓ ପଡିଆ ବ୍ଲକରେ ଥିବା ଉତ୍କଳ ସାମ୍ବାଦିକ ସଂଘର ବିଭିନ୍ନ ସଦସ୍ୟଙ୍କୁ ନେଇ ଆଂଚଳିକ ସାମ୍ବାଦିକତା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇଛି ।
ଏଥିସହ ବୈଠକରେ କାଲିମେଳା ଓ ପଡିଆ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ସାମ୍ବାଦିକଙ୍କୁ ନେଇ ଆଗାମୀ ଦିନରେ ଚୟନ ପ୍ରକ୍ରିୟା ମାଧ୍ୟମରେ ବ୍ଲକ ସ୍ତରରେ ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଚୟନ କରାଯିବାକୁ ନେଇ ଆଲୋଚନା କରାଯାଇଛି । ଏହି ଅବସରରେ ମାନସ ରଞ୍ଜନ ଜେନା, ଶିବବ୍ରତ ଦାସ, ରମେଶ ପାତ୍ର, ଏମଡି ନିଶାର ଖାଁ ଓ ପ୍ରେମାନନ୍ଦ ହାଲଦାର ପ୍ରମୁଖ ୫ ଜଣ ନୂତନ ସଦସ୍ୟ ଉତ୍କଳ ସାମ୍ବାଦିକ ସଂଘରେ ନୂତନ ସଦସ୍ୟ ଭାବେ ଯୋଗ ଦେଇଛନ୍ତି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖାର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ହୃଷିକେଶ ସେଠୀ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କେ.ଭାସ୍କର ରାଓ ସମେତ କାଲିମେଳା ଓ ପଡିଆ ବ୍ଲକର ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କାଲିମେଳା ବ୍ଲକ ସମ୍ପାଦକ ରବିଶଙ୍କର ବାରିକ ପରିଚାଳନା କରିଥିଲେ ।

No Result
View All Result