• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରାବଣରେ ବି ଖସୁନି ଆମିଷ ଦର ଚିନ୍ତାରେ ଗ୍ରାହକ

Proprietor Abhimanyu Maharana by Proprietor Abhimanyu Maharana
August 3, 2025
in ଓଡ଼ିଶା, ପୁରୀ, ହୋମ୍
0
ଶ୍ରାବଣରେ ବି ଖସୁନି ଆମିଷ ଦର ଚିନ୍ତାରେ ଗ୍ରାହକ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରାବଣରେ ବି ଖସୁନି ଆମିଷ ଦର । ସାଧାରଣତଃ ଶ୍ରାବଣ ମାସରେ ୭୦ ପ୍ରତିଶତ ଲୋକେ ଆମିଷ ଖାଉନଥିବାରୁ ପରିବା ଉପରେ ଅଧିକ ନିର୍ଭର କରିଥାନ୍ତି । ଆମିଷ ଦର କିଲୋ ପିଛା ୪୦ରୁ ୫୦ଟଙ୍କା କମିଯାଇଥାଏ । ହେଲେ ଚଳିତବର୍ଷ ପରିବା ସାଙ୍ଗକୁ ଆମିଷ ଦର ମଧ୍ଯ ବୃଦ୍ଧି ପାଇଛି । କାରଣ ରାଜ୍ୟ ବାହାରୁ ଆମିଷ ଆମଦାନୀ ହେଉଥିବାରୁ ପର୍ବପେକ୍ଷା ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ମଧ୍ଯ ବଢୁଥିବା ବ୍ଯବସାୟୀ ମାନେ କହୁଛନ୍ତି । ତେଣୁ ଶ୍ରାବଣ ମାସରେ ମାଛ, କଙ୍କଡା, ଚିକେନ ଓ ମଟନ ଦର ବଢିଥିବା ଶୁଣି ଖାଉଟି ଚିନ୍ତାରେ ।ଏପଟେ ପରିବା ଦର ଶୁଣି ମୁହଁ ଫେରାଉଛନ୍ତି ଗ୍ରାହକ ।

କୌଣସି ପରିବା ୮୦ ଟଙ୍କା ତଳକୁ ନଥିବାବେଳେ ୫ଶହ ଟଙ୍କାରେ ବି ବ୍ଯାଗ ଭର୍ତ୍ତି ହେଉନାହିଁ । ଫଳରେ ଅନେକଙ୍କ ଖାଇବା ଥାଳିରୁ ବି ପରିବା ଉଭାନ ହୋଇଯାଇଛି । ଶ୍ରାବଣ ମାସ ଆରମ୍ଭ ହେବା ଦିନରୁ ବଢି ଚାଲିଛି ପରିବା ଦର । ଏହି ମାସରେ କାଉଡିଆମାନେ ପାଣିଭାର ନେଇ ମହାଦେବଙ୍କ ମସ୍ତକରେ ଢାଳିଥାନ୍ତି । ଏହାସହ ମାନସିକଧାରୀ ମାନେ ମଧ୍ଯ ନିରାଡମ୍ବର ଭାବେ ଶ୍ରାବଣ ମାସକୁ ପାଳନ କରୁଥିବାରୁ ନିରାମିଷ ଖାଉଥିବା ବେଳେ ଅଧିକାଂଶ ଲୋକେ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ଯ ଖାଇଥାନ୍ତି । ତେଣୁ ଏହି ମାସରେ କାର୍ତ୍ତିକ ମାସ ପରି ପରିବା ଦର ବୃଦ୍ଧି ପାଇଥାଏ ଓ ଆମିଷ ଦର କମିଥାଏ ।

ଚଳିତବର୍ଷ ଆମିଷ ଦର କମିବା ପରିବର୍ତ୍ତେ ବଢି ଚାଲିଛି । ସାଧାରଣତଃ ପୁରୀକୁ ଆନ୍ଧ୍ରରୁ ବିଭିନ୍ନ ପ୍ରକାର ମାଛ ଆସୁଥିବା ବେଳେ ପାରାଦ୍ବୀପ, ଧାମରା ଓ ବାଲେଶ୍ଵର ଆଦି ସ୍ଥାନରୁ କଙ୍କଡା,ଚିଙ୍ଗୁଡି ଆମଦାନୀ ହୋଇଥାଏ । ବଡ ବଡ ଟ୍ରକ ଯୋଗେ ସପ୍ତାହରେ ୨ରୁ ୩ଥର ପ୍ରାୟ ୧୦ରୁ ୨୦ଟନ ଆମିଷ ଆସିଥାଏ । ଯାହା ପୁରୀକୁ ପ୍ରଚୁର ପରିମାଣରେ ଆମିଷ ଯୋଗାଇଥାଏ ।ଏଥିପାଇଁ ଗମନାଗମନ ବାବଦକୁ ଖର୍ଚ୍ଚ ହେଉଥିବା ଟଙ୍କା ବଢିଛି । ବ୍ରହ୍ମଗିରି, ସାତପଡା ଚିଲିକାରୁ ମାଛ ଆସୁଥିବା ବେଳେ ପୁରୀ ପେଣ୍ଠ କଟାରୁ ମତ୍ସ୍ୟଜୀବୀମାନେ ମଧ୍ଯ ସମୁଦ୍ରରୁ ମାଛ ଧରି ବିକ୍ରି କରିଥାନ୍ତି । ରାଜ୍ଯ ଓ ରାଜ୍ଯ ବାହାରକୁ ମଧ୍ଯ ମାଛ ପଠେଇଥାନ୍ତି ।

ବଡଶଙ୍ଖ ମାଛ ମାର୍କେଟ, ମଙ୍ଗଳାଘାଟ ମାଛ ବଜାର, ମାର୍କେଟ ଛକ ମାଛ ମାର୍କେଟ ସମେତ ସହରର ବିଭିନ୍ନ ଛକ ମାନଙ୍କରେ ମାଛ ଦର ନିୟନ୍ତ୍ରଣ ବାହାରେ ରହିଛି । ଇଲିଶି ମାଛ କିଲୋ ପ୍ରତି ୧୫ ଶହରୁ ୨ ହଜାର ଥିବାବେଳେ ଖଇଙ୍ଗା କିଲୋ,ଭାକୁର କିଲୋ ୨୨୦, ରୋହି କିଲୋ ୧୮୦, ଚିଙ୍ଗୁଡି ବଡ ସାଇଜ କିଲୋ ପ୍ରତି ୬୦୦ ଥିବାବେଳେ ମଧ୍ଯମ କିଲୋ ପ୍ରତି ୪ ଶହରୁ ୫ଶହ ଓ ଛୋଟ ଚିଙ୍ଗୁଡି ୨୬୦ ରୁ ୩ ଶହ ଟଙ୍କା ରହିଛି । କଙ୍କଡା ବଡ ସାଇଜ କିଲୋ ପ୍ରତି ୭୦୦ ଟଙ୍କା ଥିବାବେଳେ ଛୋଟ ୫ଶହ ଟଙ୍କା । ଚିକେନ କିଲୋ ପ୍ରତି ୨୪୦ ଟଙ୍କା ଥିବାବେଳେ ମଟନ କିଲୋ ୮ ଶହ ଟଙ୍କା ରହିଛି । ଛୋଟ ମଧୁର ମାଛ ଦର ଦେଖି ଖାଉଟି ମୁଣ୍ଡରେ ହାତଦେଇଛି ।

ଅଧିକାଂଶ ସ୍ଥାନରେ ରାସ୍ତା କଡରେ ଅସ୍ଥାୟୀ ଅଣପଞ୍ଜୀକୃତ ବ୍ଯବସାୟୀ ନିଜ ମନ ମୁତାବକ ଦର ବୃଦ୍ଧି କରୁଛନ୍ତି । ଚିକେନ ପାଇଁ ପିପିଲି ଉପରେ ନିର୍ଭର କରୁଛନ୍ତି ପୁରୀ ଚିକେନ ବ୍ଯବସାୟୀ । ପ୍ରତି ସପ୍ତାହରେ ୨ରୁ ୩ଥର ଛୋଟ ବଡ ଡାଲା ଅଟୋ ଗାଡିରେ ଭର୍ତ୍ତି ହୋଇ କୁକୁଡା ଆସୁଥିବା ବେଳେ ବର୍ତ୍ତମାନ ଟ୍ରାନ୍ସପୋର୍ଟିଂ ଦର ବଢ଼ୁଥିବାରୁ ଚିକେନ ଦର ବୃଦ୍ଧି ପାଉଛି । ମଟନ ଦର ଦେଖି ମୁହଁ ଫେରାଉଛନ୍ତି ଗ୍ରାହକ । ଆମିଷ ଦର ଅହେତୁକ ବୃଦ୍ଧି ପାଉଥିବାରୁ ପୁରୀବାସୀଙ୍କ ମୁଣ୍ଡରେ ଚିନ୍ତା ବଢିଯାଇଛି । ଆମିଷ ଦର ନିୟନ୍ତ୍ରଣ ଆଣିବା ପାଇଁ ଯୋଗାଣ ବିଭାଗ ଅଧିକାରୀ ଓ ମତ୍ସ୍ଯ ଅଧିକାରୀ ଏବଂ ଖାଦ୍ଯ ସୁରକ୍ଷା ଅଧିକାରୀ ଦୃଷ୍ଟି ଦେବା ସହ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

May 6, 2026
ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

May 6, 2026
ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version