No Result
View All Result
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଶିକ୍ଷା ମଣ୍ଡଳ ତରଫରୁ ୧୦ ଟି ଯାକ କ୍ଲଷ୍ଟର ରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାଲ ବାଟିକା କାର୍ଯ୍ୟକ୍ରମ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରାଯାଉଛି । ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ,ବ୍ଲକ ଶିକ୍ଷା ଅଧିକାରୀ ଡ୍ ପ୍ରଭାତ କୁମାର ରଥ, ସହ ଶିକ୍ଷା ଅଧିକାରୀ ଯଶୋଦା ସାହୁ,

ବିଜୟ ବେହେରା ପ୍ରମୁଖ ଧାନହରା କ୍ଲଷ୍ଟରର ଆଇତଳଙ୍ଗ,ବସନ୍ତମାଳର ତୁରିନ୍ତିରା,ସୋମନାଥ ଅଲୋଇ କ୍ଲଷ୍ଟରର ମାର୍ଥାପୁର ପରିଦର୍ଶନ ଓ ବୃକ୍ଷରୋପଣ କରିଥିଲେ।ଏହି କେନ୍ଦ୍ର ମାନଙ୍କରେ ସି ଆର ସି ସି ଝୁନି ଦେଇ,ଲକ୍ଷ୍ମୀପ୍ରିୟା ବେହେରା ଓ ଅଲିଭା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଳୋଇ ଠାରେ ବିଦ୍ୟାଳୟ ତରଫରୁ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଆରତୀ ତ୍ରିପାଠୀ ଙ୍କୁ ବିଦ୍ୟାଳୟ ତରଫରୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ବି ଇ ଓ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଯଶୋଦା ସାହୁ, ଶିକ୍ଷକ ନେତା ପ୍ରଭାକର ମଲ୍ଲିକ,ଆଲୋକ ସାହୁ,ଦୀନକୃଷ୍ଣ ସାହୁ,ଜମେଶ୍ଵର୍ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ମହାପାତ୍ର,ସୁଷମା ଦେଇ ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

No Result
View All Result