No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶ ପାଇଛି । ଶିକ୍ଷା ସ୍ନାତକୋତ୍ତର ବିଭାଗରେ ଅର୍ଚ୍ଚିତା ପାଣି ସର୍ବୋଚ୍ଚ ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଏହି ବିଭାଗରେ ୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି ଓ ଏହି ବିଭାଗର ପାସ୍ ହାର ଶତ ପ୍ରତିଶତ ହୋଇଛି ।
ଛାତ୍ରୀ କୁମାରୀ ପାଣି ଓ ସମସ୍ତ ଛାତ୍ରଛାତ୍ରୀମାନଙ୍କର ସଫଳତା ପାଇଁ ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁକାନ୍ତ କୁମାର ମହାପାତ୍ର, ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢୀ, ଅଧ୍ୟାପିକା ଶିବାନୀ ଦେବଦର୍ଶିନୀ ପ୍ରଧାନ, ଅଧ୍ୟାପିକା ଦୁର୍ଗେଶ୍ୱରୀ ନାୟକ ଓ ଅଧ୍ୟାପକ ବିପ୍ରବର ରାଉତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

No Result
View All Result