No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡ ସ୍ତରୀୟ + ୨ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ +୩ ମହାବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । + ୨ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ବାଙ୍କୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସୁପ୍ରିୟା ପଣ୍ଡା ପ୍ରଥମ, ଡମପଡ଼ା ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗାୟତ୍ରୀ ରାଉତ ଦ୍ୱିତୀୟ ଓ ବୈଦ୍ୟେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଞ୍ଜଳି ପ୍ରିୟା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆସନ୍ତା ସ୍ୱାଧୀନତା ଦିବସ ପାଳନ ଦିବସରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ,
ଟ୍ରଫି ଓ ଆର୍ଥିକ ପୁରସ୍କାର ସ୍ୱର୍ଗତା ମାଳତୀ ମିଶ୍ର ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯିବା ପାଇଁ ତାଙ୍କ ପୁତ୍ର ସୁଶାନ୍ତ କୁମାର ମିଶ୍ର ପ୍ରକାଶ କରିଥିଲେ । ସେହିପରି + ୩ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଇପ୍ସିତା ପ୍ରିୟଦର୍ଶିନୀ ପ୍ରଥମ, ଲକ୍ଷ୍ମୀପ୍ରିୟା ଜେନା ଦ୍ୱିତୀୟ ଓ ସଂନ୍ଧ୍ୟାରାଣୀ କର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି କୃତି ଛାତ୍ରଛାତ୍ରୀମାନଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ପ୍ରମାଣପତ୍ର ଓ ଟ୍ରଫି ସହିତ ସ୍ୱର୍ଗତ ପ୍ରସନ୍ନ କୁମାର ମିଶ୍ର ମେମୋରିଆଲ୍ ବାଙ୍କୀ ତରଫରୁ ତାଙ୍କ କନ୍ୟା ସାନ୍ତା ମିଶ୍ରଙ୍କ ପ୍ରଦତ୍ତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ବିଚାରକ ଭାବେ ଜ୍ଞାନେନ୍ଦ୍ର ମୋହନ ମିଶ୍ର, କବି କୌଶିକ ନାୟକ ଓ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ ।

No Result
View All Result