ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- କନିଷ୍ଠ ଯନ୍ତ୍ରୀଙ୍କ ପାଣି ବୋତଲରେ ପରିସ୍ରା ମିଶାଇଛନ୍ତି ଚତୁର୍ଥଶ୍ରେଣୀ ପିଅନ lଏଭଳି ଏକା ଲଜ୍ୟାଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକର ପାନୀୟ ଜଳଯୋଗାଣ ବିଭାଗରେ l ଅଭିଯୋଗ ପ୍ରକାରେ ଗତ 23 ତାରିଖ ରାତିରେ ଆର -ଉଦୟଗିରି ବ୍ଲକ RWSS ରକନିଷ୍ଠଯନ୍ତ୍ରୀ ସଚିନ କୁମାର ଗୌଡ଼ଙ୍କ ପାଇଁ ସେହି ଅଫିସର କିରାଣୀ ଶିବ ନାୟକ ପିଇବା ପାଇଁ ବୋତଲରେ ପାଣି ଆଣିଥିଲେ l
















