କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନ ରେ ଆସୁଥିବା କେନ୍ଦ୍ରାପଡା ବ୍ଲକ୍ ଅଧୀନସ୍ତ ଦୂତିଆଳ ପଂଚାୟତର ୧୭ ନଂ ୱାର୍ଡରେ ଦୀର୍ଘ ଦୀନ ହେବ ନଳକୂପ ନଥିବାରୁ ଜଳକଷ୍ଟ ଭୋଗୁଛନ୍ତି ସ୍ଥାନୀୟ ଲୋକେ ଯାହା ପାଇଁ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପାଖରୁ ଆରମ୍ଭ କରି ନେତା ମନ୍ତ୍ରୀ ପଯ୍ୟନ୍ତ ବାରମ୍ବାର ଅଭିଯୋଗ କରି ଆସୁଥିଲେ ବି ଭିଯୋଗକୁ ଗୁରୁତର ସହ ନେଇ ନଥିଲେ ଜିଲ୍ଲା ପ୍ରଶାସନ ଓ ବିଭାଗର ଯନ୍ତ୍ରୀ ବିଭୁଦତ ଦାସ୍ ଓ ଅଧିକାରୀ ଯାହାଫଳରେ ଆଜି ପୁନର୍ବାର ଦୂତିଆଳ ଗ୍ରାମର କିଛି ମହିଳାମାନେ ଦାବିପତ୍ର ନେଇ କେନ୍ଦ୍ରାପଡ଼ା ଇଚ୍ଛାପୁର ସ୍ଥିତ ଗ୍ରାମୀଣ ଯୋଗାଣ ଓ ପରିମଳ ଉପଖଣ୍ଡ କାର୍ଯ୍ୟାଳୟକୁ ଯାଇଥିଲେ ।
ସେଠାରେ ମହିଳା ମାନଙ୍କ ଅଭିଯୋଗ ଶୁଣିବା ବଦଳରେ ତାଙ୍କୁ, ରଙ୍ଗିଲା ଜେଇ ବିଭୁଦତ ଦାସ, ଅସମ୍ଭାଳ ହୋଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ବିଭିନ୍ନ କଟୁକଥା କହି ତାଙ୍କୁ ନାଲି ଆଖି ଦେଖାଇ, ଫାଲତୁ କଥା ନକରିବାକୁ କହି ବିଦା କରି ଦେଇଥିଲେ । ଓ କାର୍ଯ୍ୟାଳୟ ରେ ତାଲା ପକାଇ ଦେଇଥିଲେ ସେମାନେ କାର୍ଯ୍ୟାଳୟ ବାହାରେ ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ ପୁର୍ବରୁ ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨୭୮ ଟି ନଳକୂପବସାଇବାକୁ ନିର୍ଦ୍ଦେଶ ଥିଲା । କ୍ରମିକ ନଂ ୯୫୮୧ରେ ଗ୍ରାମ ପାଇଁ ନଳକୁପ ବସାଇ ବାକୁ କାର୍ଯ୍ୟାଦେଶ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ନଳକୂପ ବସାଗଲା ନାହିଁ ।
ଯାହାଫଳରେ ବାରମ୍ବାର ଜଳଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି ଗ୍ରାମର ଶତାଧ୍ଵକ ମହିଳାମାନେ । ଯେଉଁ ସ୍ଥାନରେ ନଳକୂପର ଆବଶ୍ୟକତା ନାହିଁ ସେଠାରେ ରେ ନଳକୂପ ବସାଇ ବିଲ୍ କରୁଥିବା ବେଳେ ଦୂତିଆଳ ଗ୍ରାମରେ ଥୁବା ଦୀର୍ଘଦୀନର ଜଳ ସମସ୍ୟାକୁ ଅଣଦେଖା କରିଛି ବିଭାଗ । ତା ସହ ଉପସ୍ଥିତ ଅଧିକାରୀ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ,ବିଭିନ୍ନ ଭାଷାରେ ଗାଳିଗୁଲଜ କରିବା,ସହିତ ଜାତିଆଣ ଆକ୍ଷେପ କରି କାର୍ଯ୍ୟାଳୟରୁ ବିଦା କରିଥିବା ମହିଳା ଓଡିଶା ଖବରକାଗଜ ର ସାମ୍ବାଦିକ ଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ।
ତେବେ ଏହି ଭାଗରେ ଏଭଳି ଅନେକ କାର୍ଯ୍ୟ ଅଧା ପନ୍ତରିଆ ହୋଇ ପଡିଥିବା ବେଳେ ସ୍ତାଣୁ ପାଲଟିଛି । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜଳଯୋଗାଣ ବିଭାଗକୁ ଅଭିଯୋଗ କରିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପରିବର୍ତେ ଏଭଳି ତାଚ୍ଛଲ୍ୟ କରିବା ସମ୍ପୂର୍ଣ ବେଆଇନ ଓ ଅକ୍ଷମଣୀୟ ବୋଲି ଲସମାଜ ସେବୀ ଭିମସେନ୍ ସେଠୀ କହିଛନ୍ତି ଓ ଆହୁରି ମଧ୍ଯ କହିଛନ୍ତି ଯଦି ଏହାର ସଠିକ ଭାବରେ ତଦନ୍ତ କରି ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୂତିଆଳ ଗ୍ରାମର ଶତାଧୂକ ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ।














