କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସିଡିଏ ସେକ୍ଟର ୯ ସ୍ଥିତ ସ୍ଥାନୀୟ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ଦାର୍ଶନିକ ଡକ୍ଟର ନୀଳକଣ୍ଠ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍କଳ ଭୂଷଣ ରାଉତଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ଶିକ୍ଷାବିତ୍ ପାର୍ବତୀ ଗୋବିନ୍ଦ , ସାହିତ୍ୟ ଟ୍ରଷ୍ଟର ସଭାପତି ଶଶଧର ପଣ୍ଡା, ପୃଷ୍ଠା ଭୂମିର ସମ୍ପାଦକ କୈଳାସ ଚନ୍ଦ୍ର ଜେନା, ଅକ୍ଷୟ କୁମାର ଦାଶ,

ଅକ୍ଷୟ କୁମାର ଷଡଙ୍ଗୀ, ବିଶିଷ୍ଟ ପ୍ରବଚକ ଡଃ ନିରଞ୍ଜନ ସାହୁ,ଆଧ୍ୟାତ୍ମିକ ଚେତନା ପରିଷଦ ତଥା ବିଭୁବୈଭବର ସମ୍ପାଦକ ଲଷ୍ମୀପ୍ରସାଦ ଆଚାର୍ଯ୍ଯ ,ଉତ୍କଳ ଗ୍ରାମ୍ୟ ସ୍ବରାଜର ସଭାପତି ବ୍ରହ୍ମାନନ୍ଦ ମହାନ୍ତି, ଜାହ୍ନବୀ ସାହିତ୍ୟ ସଂସଦର ସମ୍ପାଦକ ଆଇନଜୀବୀ ରାଜୀବ କୁମାର ଷଡଙ୍ଗୀ, ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ, ଆଭାଶିକା ସଂଘର ସଭାପତି ନିତ୍ୟାନନ୍ଦ ମିଶ୍ର,

ବିଶିଷ୍ଟ ଚିତ୍ର ଶିଳ୍ପୀ ନକୁଳ ଚନ୍ଦ୍ର ମହାରଣା, ରାମଲୀଳା ପ୍ରଚାର ସମିତିର ଗୋପାଳ ଚନ୍ଦ୍ର ମିଶ୍ର, ବିଜୟ କୁମାର ପାତ୍ର,ରବି ରଥ, ଭାବଗ୍ରାହୀ ରାଉତ, ବିଶିଷ୍ଟ ଶିକ୍ଷାବିତ୍ ସମାଜ ସେବୀ କେଶବ ଚନ୍ଦ୍ର ରାଉତ, ଦେବାଶିଷ ସାମନ୍ତରାୟ, ଜ୍ୟୋତିର୍ମୟୀ ମହାନ୍ତିଙ୍କ ସହିତ ଅନେକ ସାହିତ୍ୟ ପ୍ରେମିମାନେ ଯୋଗ ଦେଇ ପଣ୍ଡିତ ନୀଳକଣ୍ଠ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତିଚାରଣ କରିଥିଲେ । ଶେଷରେ ତପନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।














