କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜନଗର ବନଖଣ୍ଡ ସମେତ ସମଗ୍ର ରାଜ୍ୟରେ କୁମ୍ଭୀର ଉପଦ୍ରବରୁ ଧନଜୀବନ ସୁରକ୍ଷାପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ। ଯେଉଁଠାରେ କୁମ୍ଭୀର ଆତଯାତ ହେଉଛନ୍ତି, ତାହାକୁ ବ୍ଲାକସ୍ପଟ ରୂପେ ଚିହ୍ନଟ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ଶ୍ରୀ ଗଣେଶ ଶ୍ୟାମସିଂହ ଖୁଣ୍ଟିଆ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।















