ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- କବି ଗୌରାଙ୍ଗ ପ୍ରଧାନ ସ୍ମୃତି ପରିଷଦ ପକ୍ଷରୁ ଦଶମ ବାର୍ଷିକ ସଭା ଶରଣକୁଳ ନିକଟ ଆଶ୍ରୟ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ କବି ସନ୍ନ୍ମିଳନୀ ଓ କବିତା ଆସର ମହାସମାରୋହରେ ପାଳନ କରାଯାଇଛି l ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପ୍ରତଷ୍ଠିତ କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ ଏବଂ ଆହ୍ୱାନ ଥିଲା ସଂସ୍କାର ଧର୍ମୀ କବିତା ନିର୍ଭିକଭାବେ ରଚନା କରିବା l ଅତିଥି ମାନଙ୍କ ଦ୍ୱାରା ସ୍ମୃତି ଚାରଣ କରାଯାଇଥିଲା ଯଥା ସ୍ବର୍ଗତ ଗୌରାଙ୍ଗ ପ୍ରଧାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କର ଘନିଷ୍ଠ ବନ୍ଧୁ ଥିଲେ l ବିଜୁ ବାବୁଙ୍କ ଭଳି ନିର୍ଭିକ, କର୍ମପ୍ରବଣ, ସଚ୍ଚା, ମିଷ୍ଟଭାଷୀ,ଶିଶୁଵସ୍ଚଳ, ପରୋପକାରୀ ଉଦାର ମଣିଷ ଥିଲେ l ତାଙ୍କ ଲେଖନୀରୁ ଝରିଥିଲା ଅନେକ କବିତା ଓ ସାହିତ୍ୟ l

ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଡ଼. କୈଳାଶ ବାଣ୍ଠ, ସନ୍ନମାନିତ ଅତିଥି ଭାବେ ଯୋଗଦେଇଥିଲେ ଡ଼. ଆଶୁତୋଷ ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ ଲୋକନାଥ ଦାସ ଓ ସଂପାଦକ ବିବରଣୀ ପାଠ କରିଥିଲେ ଆଡ଼ଭୋକେଟ ଚିତ୍ତରଞ୍ଜନ ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ ଅଧ୍ୟାପିକା ନୀଳିମା ନନ୍ଦ l ନିକଟରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ବିତର୍କରେ ବିଜେତା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନରେ ପୁରସ୍କୃତା ନୟାଗଡର ଗୌରବ କୁନିପ୍ରତିଭା ମେଧାବୀ ଛାତ୍ରୀ ବିଶ୍ୱବିଜିତା ମହାନ୍ତି,















