No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲା କ୍ରୀଡ଼ା ବିଭାଗ ଓ ଜିଲ୍ଲା ହକି ସଂଘର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଚତୁର୍ଥ ଓଡ଼ିଶା ହକି ସଂଘ ଚାମ୍ପିୟନସିପ୍ ୨୦୨୫ ପାଇଁ କ୍ୟାମ୍ପ ଆୟୋଜନ କରାଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ମାଣ୍ଡାଙ୍ଗୀଙ୍କ ନେତୃତ୍ୱରେ ଆଜି ଏହି ଚୟନ ଶିବିର ଆୟୋଜନ ହୋଇଯାଇଛି । ଏହି କ୍ୟାମ୍ପ କୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଶୁଭାରମ୍ଭ କରିଥିଲେ ।
ଏହି କ୍ୟାମ୍ପ ଦ୍ଵାରା ଜିଲ୍ଲାର ଉଦୀୟମାନ କ୍ରୀଡ଼ାବିତଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ସମସ୍ତ କ୍ରୀଡାବିତ୍ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଜୁନିୟର ଓ ସବ୍ ଜୁନିୟର ବର୍ଗ ବାଳକ ଓ ବାଳିକାଙ୍କ ପାଇଁ ଆଜି ଏହି କ୍ୟାମ୍ପ ଆୟୋଜନ କରାଯାଇଛି । ଜିଲ୍ଲାର ୨୨ ଟି ସ୍କୁଲ୍ ଓ କଲେଜ୍ ରୁ ମୋଟ ୧୪୨ ଜଣ ବାଳକ ବାଳିକା ଏଥିରେ ଭାଗ ନେଇଥିଲେ ।

No Result
View All Result