କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ସ୍ଥିତ ଶହୀଦନଗର ବିଷ୍ଣୁ ମନ୍ଦିର ସଭାଗୃହରେ ଘଡିଆଳ ଆନ୍ତର୍ଜାତୀୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆହୋଜିତ ଉତ୍ସବରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସିରିଏଲ କଳାକାର ତଥା ସମାଜସେବୀ ମୁକ୍ତିକାନ୍ତ ମହାପାତ୍ର ଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇ । ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ଅଶୋକ କୁମାର ଘଡ଼ିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇ ଏସ ଅଫିସର ଅଲେଖ ପଢିଆରୀ ମୁଖ୍ୟ ଅତିଥି ,

ଅବସରପ୍ରାପ୍ତ ଆଇଏସ ଅଫିସର ରମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ମୁକ୍ତିକାନ୍ତ ମହାପାତ୍ରଙ୍କୁ ଟ୍ରଷ୍ଟ ପକ୍ଷରୁ ଚୟନ କରାଯାଉଥିବାରୁ ତାଙ୍କୁ ଉତ୍ସବରେ ଡକ୍ଟରେଟ ଉପାଧି ରେ ସମ୍ମାନିତ କରିଥିଲେ । ଶ୍ରୀ ମହାପାତ୍ରଙ୍କ ଜନ୍ମ ସ୍ଥାନ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବସନ୍ତ ପୁର ଗ୍ରାମରେ । ସେ ସରକାରୀ ଚାକିରୀରୁ ଅବସର ନେଲାପରେ ବର୍ତମାନ କଟକ ଜିଲ୍ଲା ଫୁଲନଖରା ଛକ ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମରେ ଅବସ୍ଥାନ କରୁଛନ୍ତିି ।















