• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁଣି ତାତିଲେ ଚାଷୀ : ଟ୍ରାକ୍ଟର ରାଳିରେ ଜିଲ୍ଲାପାଳ ଅଫିସ ଘେରାଓ ଚାଷୀ ମାରଣା ନିଟିକୁ ବରଖାସ୍ତ କରା ଜିବନାହିଁ – ଦାସବର୍ମା

Proprietor Abhimanyu Maharana by Proprietor Abhimanyu Maharana
July 29, 2025
in ଓଡ଼ିଶା, ପୁରୀ, ହୋମ୍
0
ପୁଣି ତାତିଲେ ଚାଷୀ : ଟ୍ରାକ୍ଟର ରାଳିରେ ଜିଲ୍ଲାପାଳ ଅଫିସ ଘେରାଓ ଚାଷୀ ମାରଣା ନିଟିକୁ ବରଖାସ୍ତ କରା ଜିବନାହିଁ – ଦାସବର୍ମା
Share on FacebookShare on TwitterWhatsapp

ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍)  :- ସୋମବାର ଦିନ ବ୍ରହ୍ମଗିରି ବିଜୁ ଜନତା ଦଳ ତରଫରୁ ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ଚାଷୀଙ୍କୁ ନେଇ ଏକ ବିଶାଳ ଟ୍ରାକ୍ଟର ରାଲି କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ଙ୍କ ତତ୍ତ୍ୱାବଧାନରେ ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ପ୍ରାୟ ୧୦୦ ଟ୍ରାକ୍ଟର ବଜାର ପରିକ୍ରମା କରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳାୟ ପାଖରେ ପହଞ୍ଚି ଥିଲା । ଏହି ଟ୍ରାକ୍ଟର ରାଳିରେ ବ୍ରହ୍ମଗିରି ଓ ପୁରୀ ସଦରର ହଜାର ହଜାର ଚାଷୀ ଯୋଗଦେଇଥିଲେ । ସେଠାରେ ଏକ ୩ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି ।

ସେଥିରେ ଲେଖା ଅଛି ବ୍ରହ୍ମଗିରି ଏବଂ ପୁରୀ ସଦର ଏକ କୃଷି ପ୍ରଧାନ ଅଞ୍ଚଳ । ଏଥିରେ ପ୍ରାୟ ୭୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନର୍ଭର କରନ୍ତି । ଏଥିରେ ଚାଷୀ ତାର ସଂସାରକୁ ନେଇ ସ୍ୱପ୍ନ ଦେଖେ ଏବଂ ପରିବାର ପ୍ରତିପୋଷଣ କରେ । ଗତ ରବି ଋତୁରେ ଚାଷୀମାନଙ୍କର ସମସ୍ତ ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ଚାଷୀମାନେ ସେହି ଅନୁସାରେ ସମସ୍ତ ସେବା ସମବାୟ ସମିତିରେ ସରକାରୀ ନିୟମ ମୁତାବକ ପଞ୍ଜିକରଣ କରିଥିଲେ ।

ପଞ୍ଜିକରଣ ଅନୁସାରେ ଚାଷୀମାନଙ୍କ ପାଇଁ ଟାର୍ଗେଟ ଫିଲ୍ମ ହୋଇଥିଲା ଏବଂ ଟାର୍ଗେଟ ଅନୁଯାୟୀ ଚାଷୀମାନଙ୍କୁ ଟୋକନ ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ସେବା ସମବାୟ ସମିତି ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଟାର୍ଗେଟ ନଦେଇ ଚାଷୀମାନଙ୍କ ସହ ଖେଳ ଖେଳିଲେ ଏବଂ ଯାହା ଟାର୍ଗେଟ ଦିଆଯାଇଥିଲା ତାହା ବିଭିନ୍ନ ପର୍ଯ୍ୟାୟରେ ଦିଆଗଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ ଏବଂ ଚିନ୍ତାଜନକ ବିଷୟ ଧାନ ସଂଗ୍ରହର ଅବଧୂ ଜୁନ ମାସ ୩୦ ତାରିଖ ରାତି ୧୨ ଘଟିକା ସମୟରେ ଶେଷ ହେଉଥିବାବେଳେ ରାତି ୯.୪୫ ମିନିଟ ସମୟରେ ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ଗୁଡିକୁ ଟାର୍ଗେଟ ପ୍ରଦାନ କରାଗଲା ।

ଯାହା ଫଳରେ ସମସ୍ତ ପଞ୍ଜିକୃତ ହୋଇଥିବା ଚାଷୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ କରିଥିବା ପ୍ରାୟ ୫୦ ପ୍ରତିଶତ ଚାଷୀ ନିଜର ଉତ୍ପାଦିତ ଧାନ ସରକାରୀ ବ୍ୟବସ୍ଥାରେ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଏକଥା ମଧ୍ୟ ଆପଣ ପୁରୀ ଜିଲ୍ଲା ସମବାୟ ଅଧୂକାରୀ (DRCS) ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (DCSO)ଙ୍କ ଠାରୁ ସ୍ପଷ୍ଟ ଭାବରେ ଅବଗତ କରିଛି । ଯେତିକି ଟାର୍ଗେଟ ଦେଲେ ତାକୁ ମିଲରମାନେ ଠିକ ସମୟରେ ନ ଉଠାଇବାରୁ ଚାଷୀମାନେ ପାଇଥିବା ଟୋକନ ଲାପ୍ସ କରିଦେଲେ । ସେ ବାବଦରେ ବ୍ରହ୍ମଗିରିର ସମସ୍ତ ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ ।

ଏହି ସମୟରେ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ବହଗିରି ଗସ୍ତରେ ଆସି ବିଭିନ ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କର ସମସ୍ତ ବଳକା ଧାନ କିଣାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଚାଷୀମାନେ ମନ୍ତ୍ରୀଙ୍କର ପ୍ରତିଶ୍ରୁତି ପାଇ ମଣ୍ଡିରେ ଧାନ ଥୋଇ ଏପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ସମ୍ବେଦନହୀନ ସରକାର ପ୍ରତିଶ୍ରୁତି ମୁତାବକ ଧାନ କିଣିଲେ ନାହିଁ । ଯାହା ଫଳରେ ବ୍ରହ୍ମଗିରିର ହଜାର ହଜାର ଚାଷୀକୁଳ କ୍ଷତିଗ୍ରସ୍ତ ହେବା ସହ ମଣ୍ଡିରେ ଧାନ ରଖ୍ କାନ୍ଦୁଛନ୍ତି । ଚାଷୀମାନଙ୍କର ସମସ୍ତ ସ୍ୱପ୍ନ ଧୂଳିସାତ ହୋଇଛି, ତାଙ୍କ ଗଚ୍ଛିତ ଧାନକୁ କ’ଣ କରିବେ ସେ ନେଇ ଗଭୀର ଚିନ୍ତାରେ ପଡିଛନ୍ତି । ବ୍ରହ୍ମଗିରିର ସମସ୍ତ ଚାଷୀ ମାନେ ଙ୍କ ତରଫରୁ ଜିଲ୍ଲା ପାଳଙ୍କୁ ଅନୁରୋଧ କରିଛନ୍ତି ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ଆମ୍ଭ ମାନଙ୍କ ଦାବିକୁ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଦାବି ଗୁଡିକ( ୧.) ଚାଷୀ ମାନଙ୍କର ପଞ୍ଜିକରଣ ମୁତାବକ ସମସ୍ତ ଧାନ କିଣାଯାଉ ନଚେତ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଉ । (୨.) ଖରିଫ ଧାନ କ୍ରୟ କରିବା ପାଇଁ ନୂଆ ପଞ୍ଜିକରଣ ପଲିସିକୁ ବାତିଲ କରି ପୁରୁଣା ପଦ୍ଧତିରେ ଧାନ କ୍ରୟ କରାଯାଉ । (୩.) ବ୍ରହ୍ମଗିରିର ସମସ୍ତ କେନାଲ ଓ ନ‌ଦୀ ସଫେଇ ସହିତ ରାଜଦଳ ମୁକ୍ତ କରାଯାଉ । ଚାଷୀ ମନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯଦି ଉପରୋକ୍ତ ନ୍ୟାର୍ଯ୍ୟ ଦାବି ଗୁଡିକ ପୁରଣ ନହେଲେ, ପୁଣିଥରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ସ୍ବାଇଁ,ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସ୍ୱପ୍ନାରାଣୀ ସ୍ବାଇଁ , ବ୍ଲକ ଅଧ୍ୟକ୍ଷl ରତ୍ନମାଳା ବେହେରା, ବ୍ଲକ ଉପାଅଧ୍ୟକ୍ଷl ମାଳିନୀ ଦଳାଇ, ଜିଲ୍ଲା ପରିଷଦ ଜମ୍ବେଶ୍ୱର ସାହୁ, ବିଜେଡି ବାରିଷ୍ଟ ନେତା ଭଗବାନ ନାୟକ, କୃଷ୍ଣଚନ୍ଦ୍ର ସିଂହ ,ଯୁଧିଷ୍ଟିର ନାୟକ, ପ୍ରଫୁଲ ଜେନା , ଜୟନ୍ତ କୁମାର ମହାନ୍ତି ,ବିଜୟ ଦଳାଇ ଆଇନୀ ଜୀବି ଭାସ୍କର ଜେନା ,ସୁରପ୍ରସାଦ ମହାନ୍ତି, କରୁଣା ବେହେରା , ବାଳକୃଷ୍ଣ ପେଣ୍ଟଇ, ମହିଳା ନେତ୍ରୀ ମାନସୀ ହରିଚନ୍ଦନ, ସସ୍ମିତା ସାହୁ ପ୍ରତିମା ଜେନା ସହିତ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଏବଂ ବ୍ରହ୍ମଗିରି ଓ ସଦର ବ୍ଲକର ଚାଷୀ ମନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

May 6, 2026

Recent News

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version