କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରୂପ୍ରାରୋଡ଼ ଠାରେ ଜ୍ଞାନ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇ ଯାଇଛି l ଉଦ୍ଘାଟନ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ଅଗ୍ରୱାଲ ଯୋଗଦେଇ ଥିଲେ l ଉକ୍ତ ବିଜ୍ଞାନ ମେଳାରେ ୮୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ ଶିଶୁ ମାନେ ପ୍ରଦର୍ଶନ କରି ଥିଲେ lଉଦଯାପନ ଉତ୍ସଵରେ ଜିଲ୍ଲା ପରିଷଦ ସଦସ୍ୟ ହରି ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଶିଶୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l

ସମ୍ମାନିତ ଅତିଥି ଭାବେ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ରାଜୀବ ଲୋଚନ ଦାଶ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ସନ୍ୟାସୀ ଉଚ୍ଚ ବିଦ୍ୟା ପୀଠର ବିଜ୍ଞାନ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ଖିଲାର ଯୋଗ ଦେଇ ମାର୍ଗ ଦର୍ଶନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥି ପରିଚୟ କରିଥିବା ବେଳ ସମସ୍ତ ଗୁରୁଜୀ ଗୁରୁମା, ଵିଦ୍ୟାଳୟ ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରି ଥିଲେ l














