ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆ ଜଗନ୍ନାଥ ସଡକ ନିରାକାରପୁର-ଲେଣ୍ଡୋ ମଧ୍ୟରେ ଥିବା ମଦ ଦୋକାନ ନିକଟରେ ଦୁର୍ଘଟଣା।ମୋଟର ସାଇକେଲ କୁ ଧକ୍କା ଦେଲା ଟ୍ରକ। ଜଣେ ଯୁବକ ଗୁରୁତର। ଗୁରୁତର ଯୁଵକ ଜଣଙ୍କ ଲେଣ୍ଡୋ ଗ୍ରାମର ସୁଶାନ୍ତ ସ୍ୱାଇଁ। ଗୁରୁତର ଜଣଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ । ଆଜି ସଂନ୍ଧ୍ୟା ସମୟରେ ଯୁବକ ଜଣଙ୍କ ଏକ ମୋଟର ସାଇକେଲ ଯୋଗେ ନିରାକାରପୁର ରୁ ଘରକୁ ଫେରୁଥିବା ସମୟରେ ଲେଣ୍ଡୋ ପଟୁ ନିରାକାରପୁର ପଟକୁ ଯାଉଥିବା ଏକ ଟ୍ରକ ବାଇକ ଆରହୀକୁ ଧକ୍କା ମାରିଥିଲା ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ ।

ଏହି ରାସ୍ତାଦେଇ ଦୈନିକ ଶହଶହ ଚୋରା ମାଙ୍କଡା ପଥର ବୋଝେଇ ଗାଡି ବେପାରୁଆ ଭାବରେ ଦ୍ରୃତ ଗତିରେ ଚଲାଇ ଥୁବାରୂ ଏଭଳି ଘଟଣା ଘଟିଥିବା ଜଣାପଡିଛି। ସ୍ଥାନୀୟ ଗ୍ରାମବାସୀ ଓ ଦୁର୍ଘଟଣା ରେ ଗୁରୁତର ଆହତ ପରିବାର ସଦସ୍ୟ ମାନେ ନୂଆ ଜଗନ୍ନାଥ ସଡକ ଉପରେ ନିଆଁ ଜାଳି ଅବରୋଧ କରି ବସି ରହିଥିଲେ।















