ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବିରିବାଡ଼ି ଗ୍ରାମ ଲୋକନାଥ ଦେବମାନସିଂହ ବିଦ୍ୟାପୀଠ ହାଇସ୍କୁଲରେ ଆଜି ପିଠା ଗୋରେନ ଦିବସ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଚିଲିକା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ନେତୃତ୍ବରେ ଆଜି ପ୍ରଧାନ ଶିକ୍ଷକଙ୍କ ସମେତ ସୁଧାଂଶୁ କୁମାର ଦାସ୍ ,ଅଶୋକ କୁମାର ବେହେରା ଲୋକନାଥ ପାଇକେରାୟ ,ପ୍ରକାଶ ଚନ୍ଦ୍ର ଦାସ୍ , ଶର୍ମିଷ୍ଠା ଦେଇ ,କ୍ଷୀରୋଦ କୁମାର ସାହୁ , ମିନା ବାଇ ପ୍ରଧାନ ଉପସ୍ଥିତ ଥିଲେ।

ପିଠା ଗୋରେନ କାର୍ଯ୍ୟକ୍ରମରେ8 ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆମ FOCUS PLUS ସାମ୍ବାଦିକ ସୁଧୀର କୁମାର ବେହେରା ,ସମାଜ ପ୍ରତିନିଧି ଅଖିଳ ପଲାଇ । ଏହି ପିଠା ଗୋରେନ କାର୍ଯ୍ୟକ୍ରମରେ ଆଜି ୪୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଭାଗ ନେଇଥିଲେ। ଭାଗ ନେଇଥିବା ୪୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଗଣିତ ପରୀକ୍ଷା କରାଯାଇଥିଲା ।

ଏଥିରେ ମୋଟ ପାଞ୍ଚ ଜଣଙ୍କୁ ପୁରସ୍କୃତ କରାଯଯିବା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ପୁରସ୍କୃତ ହୋଇଥିବା ପାଞ୍ଚ ଜଣ ବିଜେତା ଥିବା ଛାତ୍ରୀମାନେ ହେଲେ ସୁନେଲି ପ୍ରଧାନ ,ପୂର୍ଣ୍ଣିମା ସାହୁ ,ଗୀତାଞ୍ଜଳି ବିଶ୍ୱାଳ ,ମମାଲି ସାହୁ ,ମମତା ସାସମାଲ ଆଜି ଭଳି ଦିନରେ ପିଠା ଗୋରେନ କାର୍ଯ୍ୟକ୍ରମ ସେଲିବ୍ରେସନ କୁ ସବୁବେଳେ ମନେ ପକାଇବା ପାଇଁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।














