No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଟାଙ୍ଗୀ ରୁ ମଙ୍ଗଳା ଯୋଡି ଯିବା ରାସ୍ତା ରେ ଭାରସାମ୍ୟ ହରାଇ ୧୦ ଫୁଟ ରାସ୍ତା ତଳକୁ ଖସି ପଡିଲା ଯାତ୍ରୀ ବାହୀ ଅଟୋ ରିକ୍ସା । ଅଟୋ ରିକ୍ସା ଓଲଟିବାରୁ ମା ପୁଅ ସହ ଅଟୋ ଚାଳକ ଗୁରୁତର । ଗୁରୁତର ମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଛି । ଗୁରୁତର ଦ୍ୱୟ ହେଲେ ସୋରଣ ଗ୍ରାମର ପୁଷ୍ପା ବେହେରା ୨୩ ବର୍ଷ ଓ ତାଙ୍କ ପୁଅ ସ୍ୱୟଂ ବେହେରା ୩ ବର୍ଷ,, ଓ ଚାଳକର ନାମ ଜୟନ୍ତ ବେହେରା ୩୬ ବର୍ଷ ବୋଲି ଜଣା ପଡିଛି ।
ଚାଳକ ଜୟନ୍ତ ବେହେରା ର ଘର ମଙ୍ଗଳା ଯୋଡି ଗ୍ରାମରେ।ସୋରଣ ଗ୍ରାମ ରୁ ମା ପୁଅ ଙ୍କୁ ଧରି ମଙ୍ଗଳା ଯୋଡି ଯାଉଥିବା ବେଳେ ଅଟୋ ରିକ୍ସା ଟାଙ୍ଗୀ ଗହୀର ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲାଅଟୋ ରିକ୍ସା ଟି ଭାଙ୍ଗି ରୁଜି ଚୂରମାର ହୋଇ ଯାଇଅଛି।ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ।ଗୁରୁତର ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ମା ପୁଅ ଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରା ଯାଇଛି ।

No Result
View All Result