ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ନୟାଗଡ଼ :– ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ କରୋନା ଆକ୍ରାନ୍ତ ପରିପ୍ରେକ୍ଷୀରେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା ସହ ସମଗ୍ର ଜିଲ୍ଲାବାସୀଙ୍କ ମଙ୍ଗଳ କାମନା କରି ନୟାଗଡ ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ ଜିଲ୍ଲା ସଭାନେତ୍ରୀ ଜୟଶ୍ରୀ ଦାସଙ୍କ ସଂଯୋଜନାରେ କୋଭିଡ ଆଇନ ଅନୁଯାୟୀ ସାମୁହିକ ଦୀପଦାନ କରାଯାଇଛି |ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ମହିଳା ନେତ୍ରୀ କଳ୍ପନା ଦଳବେହେରା, ଗୋଲାପ ଦଳବେହେରା,ମାଳତୀ ଗୁରୁ, ପ୍ରଭାସିନୀ ନନ୍ଦ,ସଂଯୁକ୍ତା ପଢ଼ିଆରୀ,କବୀ ତଥା ଶିକ୍ଷୟତ୍ରୀ ସୌଦାମିନୀ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରି ଅରୁଣଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ (ରିପୋର୍ଟ-ରାମକୃଷ୍ଣ ରଥ )