No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧକ୍ଷ୍ୟା ଅଜନ୍ତା ଷଡଙ୍ଗୀଙ୍କ ତତ୍ତ୍ଵ ବବଧାନରେ ଏକ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ ଗୋଟି ୧୩୮ ଏନ. ଆଇ ଆକ୍ଟ (ଚେକ ବାଉନସ) ସମ୍ବନ୍ଧିୟ ମକଦମା ର ଫଇସଲା ହୋଇଥିଲା l
ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ପୁରୀ,ଏସ ଡି ଜେ ଏମ. ପତିତପାବନ ପଣ୍ଡା, ରୀତିକା ଗର୍ଗ, ଏସ. ମହାପାତ୍ର, ଜେ ଏମ ଏଫ ସି. ଅନିମେଶ ଜେନା, ସୋନାଲି ମହାନ୍ତି. ପ୍ରମୁଖ ମାମଲା ଗୁଡିକର ଫୈସଲା କରିଥିଲେ । ଏହି ଜିଲ୍ଲା ସ୍ତରୀୟ. ଲୋକ ଅଦାଲତକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ସଚିବ ପରିତୋଷ କୁମାର ସେଠୀ ପରିଚାଳନା କରିଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧ୍ବକାରଣର କର୍ମଚାରୀମାନେସହଯୋଗ କରିଥିଲେ ।

No Result
View All Result