ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରବଳ ବର୍ଷା ଓ ବନ୍ୟା ର ମୁକାବିଲା ପାଇଁ ପୁରୀ ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି l ଜିଲ୍ଲା ପ୍ରଶାସନ ନିର୍ଦେଶ ଦେବା ମାତ୍ରେ ଅଗ୍ନିଶମ କର୍ମଚାରୀ କାମ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି l ଏଥି ପାଇଁ ଅଗ୍ନିଶମ ଗାଡି ଓ ସରଞ୍ଜାମ ପ୍ରସ୍ତୁତ ହୋଇ ରଖାଯାଇଛି l ପରିସ୍ଥିତି ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି l















