ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ଶିକ୍ଷାବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ ତତ୍ୱାବଧାନରେ ଓ ଇକୋ କ୍ଳବ ଇନଚାର୍ଜ ପୂର୍ଣ୍ଣ ଚନ୍ଦ୍ର ପରିଡାଙ୍କ ସହଯୋଗରେ ଶନିବାର ଦିନ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଧାନ, ସମିତିସଭ୍ୟ ତପନ କୁମାର ପ୍ରଧାନ,
ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷାକ କିଶୋର ଚନ୍ଦ୍ର ଭଞ୍ଜ ପ୍ରମୁଖ ଯୋଦଦେଇ ବନ ସପ୍ତାହ କାର୍ଯ୍ୟକ୍ରମ ଶୁଭରମ୍ଭ କରିଥିଲେ l ବିଦ୍ୟାଳୟ ପରିସରରେ ଥିବା ବଗିଚାରେ ଆମ୍ବ, ଡାଳିମ୍ବ, ଦେବଦାରୁ, କଦମ୍ବ, ବଉଳ, ବେଲ ଓ ଲିମ୍ବ, ଆଦି ବିଭିନ୍ନ ପ୍ରକାରର ଚlରlରୋପଣ କରାଯାଉଥିଲା l ଆଜିର ଆଧୁନିକ ଯୁଗରେ ଜଙ୍ଗଲ ମାଫିଆମାନେ ଜଙ୍ଗଳରୁ ବୃକ୍ଷ ଗୁଡିକୁ କାଟିନେବା, କଳାକାରଖାନାରୁ ନିର୍ଗତ ଦୁର୍ଷିତ ବାୟୁ,
ଯାନବାହାନ ଧୂଆଁରୁ ଜନଜୀବନ ରକ୍ଷା କରିବା ପାଇଁ ନିଜନିଜ ବାଡ଼ି ବଗିଚାରେ ଓ ଖୋଲା ପଡିଆରେ ବୃକ୍ଷ ରୋପଣ କରିବା ପାଇବ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ l ବନ ସପ୍ତାହ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଇକୋ କ୍ଳବର ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଯୋଗଦେଇ ବନ ମହୋତ୍ସଵ ସପ୍ତାହ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l














