No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- କାର୍ଯ୍ୟ ରେ ଯୋଗ ଦାନ ପରେ ପୁରୀ ଜିଲ୍ଲାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀ, ତହସିଲଦାର ,ବିଡିଓ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ଜିଲ୍ଲାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ଜିଲ୍ଲାପାଳ ଶ୍ରୀ ପରିଡା। ବିଶେଷ କରି ମେଗା ପ୍ରକଳ୍ପ, ଉନ୍ନୟନ ମୂଳକ କାର୍ଯ୍ୟ, ଜନ ହିତକାରୀ ଯୋଜନା ଗୁଡିକ ର କାର୍ଯ୍ୟ ତ୍ବରାନ୍ବିତ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ବର୍ତ୍ତମାନ ବର୍ଷା ଋତୁ।ତେଣୁ ଯେଉଁ ଅଞ୍ଚଳ ଗୁଡିକ ଜଳ ପ୍ଲାବିତ ହେବାର ସମ୍ଭାବନା ରହିଛି ତାହା ପାଇଁ ପ୍ରସ୍ତୁତ ରହିବା,
ପ୍ରସ୍ତୁତ ହୋଇ ରହିଥିବା ଆଶ୍ରୟ ସ୍ଥଳ ଗୁଡିକ ର ପୁନଃ ନିରୀକ୍ଷଣ ସହ ସମସ୍ତ ବ୍ୟବସ୍ଥା କୁ ସୁନିଶ୍ଚିତ କରିବା, ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ, ଔଷଧ ବିଶେଷ କରି ସାପ କାମୁଡ଼ାର ଅଧିକ ଆଶଙ୍କା ଥିବାରୁ ଆଣ୍ଟି ଭେନମ ଔଷଧ ମହଯୁଦ ରଖିବା, ସହରାଞ୍ଚଳରେ ଯେଉଁ ଠାରେ ଜଳ ବନ୍ଦିର ଆଶଙ୍କା ରହୁଛି ସେଠାରେ ଜଳ ନିଷ୍କାସନ ପାଇଁ ପମ୍ପ ସେଟର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରିବା,
ନିଜ ଅଞ୍ଚଳର ଦୈନିକ ସାମାଜିକ ସମସ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ତାହାର ନିରାକରଣ ପାଇଁ ପଦକ୍ଷେପ ନେବା,ଆବଶ୍ୟକ ସ୍ଥଳେ ବରିଷ୍ଠ ଅଧିକାରୀ ମାନଙ୍କ ସହଯୋଗ ନେଇ ସମସ୍ୟା ର ସମାଧାନ ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ପରିଡା ପୁରୀ ଜିଲ୍ଲା କୁ ଆଗକୁ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମୀକ୍ଷା ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶରତ ଚନ୍ଦ୍ର ମହାପାତ୍ର,
ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ପ୍ରମୁଖ ଯୋଗ ଦେଇ ସେମାନଙ୍କ ଅଞ୍ଚଳ ଓ ବିଭାଗର ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।

No Result
View All Result