ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଜାଭେଦ ଆଖତାର ମହଦୋୟ ମାଲକାନଗିରି ଜିଲ୍ଲା ଗସ୍ତ ରେ ଆସିଥିଲେ। ଏଥି ନିମନ୍ତେ ମାଲକାନଗିରି ଜିଲ୍ଲା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସଂଘ ର କାର୍ଯ୍ୟ ନିର୍ବାହୀ ସଭାପତି ଶ୍ରୀ ସନ୍ତୋଷ ରାଉତ, ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ଅନ୍ତିଆ, ଉପ ସଭପତି ଶ୍ରୀ ପ୍ରଦୀପ କୁମାର ରଥ, ବରିଷ୍ଠ ଉପଦେଷ୍ଟା ଶ୍ରୀ ରାମକୃଷ୍ଣ ପଟ୍ଟନାୟକ, ବକୁଳି ସରକାର,ମଧୁସ୍ମିତା ସାହୁ, ଜୟକୃଷ୍ଣ ସାହୁ, ରୁଦ୍ରପ୍ରସାଦ ଗୌଡ ଅନ୍ୟାନ୍ୟ ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ପରେ ଶ୍ରୀ ଆଖତାର ଜିଲ୍ଲାସଂଘର ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରିଥିଲେ।ଏହାକୁ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟି ଏହାର ଏକ ମେମୋରିନଡମ ମାଧ୍ୟମ ରେ ଅବଗତି କରାଇଥିଲେ। ସଂଘର ମୁଖ୍ୟ ସମସ୍ୟା ମଧ୍ୟରେ ପ୍ରତି ପଂଚାୟତ ରେ ନୂତନ ରାଜସ୍ବ ସର୍କଲ ହେଲେ ରାଜସ୍ୱ ସେବା ଦେବାରେ ସୁବିଧା,ନୂତନ ଗ୍ରେଡସନ୍ ଲିଷ୍ଟ,ନୂତନ ରିଭ୍ୟୁ ଡି ପି ସି,ଏ ଆର ଇ ଙ୍କ ଲେବେଲ ଦୁଇ, ବଦଳି କ୍ଷେତ୍ର ରେ କିଛିଟା ଅବହେଳା,ରାଜସ୍ବ ନୀରକ୍ଷକଙ୍କ କାର୍ଯ୍ୟାଳୟ ର ସାଧାରଣ ମୌଳିକ ସମସ୍ୟା ଲ୍ୟାପଟପ୍ ବଣ୍ଟନ, ବିଦ୍ୟୁତ୍ କରଣ ,ଓ ଆର ଏସ ପଦ୍ୟୋନତି କ୍ଷେତ୍ର ରେ ରାଜସ୍ବ ନିରୀକ୍ଷକ କମ୍ ସୁଯୋଗ ଇତ୍ୟାଦି ବିଷୟରେ ଜିଲ୍ଲପାଳଙ୍କ ସହ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା।
ଜିଲ୍ଲାପାଳ ମହୋଦୟ ସମସ୍ତ ପ୍ରକାର ସମସ୍ୟା ସମାଧାନ ପାଇଁ ଏବଂ ପୂର୍ବରୁ ହୋଇଥିବା ତ୍ରୁଟି ଆଶୁ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।ଏହା ବ୍ୟତୀତ ସାଧାରଣ ସମ୍ପାଦକ ମହୋଦୟ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ବେଦବର ପ୍ରଧାନ ଏବଂ ଅତିରକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀ ସୋମନାଥ ପ୍ରଧାନ ଙ୍କୁ ଭେଟି ସଂଘ ର ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଗ୍ରେଡସନ୍ ଲିଷ୍ଟ, ରିଭ୍ୟୁ ଡି ପି ସି, ଏଵଂ ବଦଳି କ୍ଷେତ୍ର ରେ କାର୍ଯ୍ୟ ତ୍ବରାନ୍ବିତ କରି ପ୍ରକାଶ କରିବା ନିମିତ୍ତ ଆଶ୍ଵାସନା ଦେଇଥିଲେ । ଏଥିରେ ଜିଲ୍ଲାସଙ୍ଘ ର ସମସ୍ତ ସଦସ୍ୟ ଶ୍ରୀ ଜାଭେଦ ଅଖ ତାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।














