ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶିଖିବା, ଶିଖାଇବା ଓ ଶିକ୍ଷାଦାନ କରିବାରେ ଖୁସି ପାଆନ୍ତି ନିଆରା ବ୍ଯକ୍ତିତ୍ବ ଓ ସରଳତାରେ ପରିପୂର୍ଣ୍ଣ ଗୁରୁ ସଞ୍ଜୟ କୁମାର ମିଶ୍ର । ଐତିହ୍ଯ କଳା ସଂସ୍କୃତି ଓ କ୍ରୀଡା ପାଇଁ ପ୍ରସିଦ୍ଧ ସହର ଶ୍ରୀକ୍ଷେତ୍ର । ଝାଡେଶ୍ବରୀ କ୍ଲବ ସବୁ କ୍ରୀଡାବିତଙ୍କ ପରିଚିତ । ବିଭିନ୍ନ ଖେଳକୁଦର ଏନ୍ତୁଡିଶାଳ । ସେହି କ୍ଲବରେ ପ୍ରଶିକ୍ଷକ ଭାବେ କାର୍ଯ୍ଯ କରୁଛନ୍ତି ଗୁରୁ ସଞ୍ଜୟ କୁମାର ମିଶ୍ର । ଯୋଗାସନ,ଜିମ୍ନାଷ୍ଟିକ୍ସ ଓ ମାଲଖମ୍ବ ପ୍ରଶିକ୍ଷକ ଭାବେ ଶ୍ରୀ ମିଶ୍ର ସାରା ଭାରତରେ ପରିଚିତ । ପିତା ସ୍ବର୍ଗତ ଅବସରପ୍ରାପ୍ତ ଡିଏସପି ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ମାତା ଗୀତାରାଣୀ ମିଶ୍ରଙ୍କ ସୁପୁତ୍ର ସଞ୍ଜୟ । ସେ ବହୁମୁଖୀ ପ୍ରତିଭାର ଅଧିକାରୀ ।















