ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ପଦ୍ମପୁର ସଦର ମହାକୁମା ତଥା ଉପଖଣ୍ତରେ ଦିନକୁ ଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଭୟାବହତା କୁ ଦୃଷ୍ଟିରେ ରଖି ପଦ୍ମପୁର ର ବଣିକ ସଂଘ, ନାଗରିକ କମିଟି, ଲାୟଂସ କ୍ଲବ ଆଦି ସ୍ବେଚ୍ଛା ସେବି ଅନୁଷ୍ଠାନ ମାନଙ୍କର ଚର୍ଚ୍ଚା ଏବଂ ମିଳିତ ନିଷ୍ପତି କ୍ରମେ ପଦ୍ମପୁର
ସହରର ସମସ୍ତ ଦୋକାନ ବଜାର ତା ୭ ୦୯ ୨୦୨୦ ଆଜି ଠାରୁ ତା ୧୩ ୦୯ ୨୦୨୦ ପର୍ଯ୍ୟନ୍ତ ଆସନ୍ତା ସାତ ଦିନ ଧରି ସକାଳ ୬ ଘଟିକାରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ହି ଖୋଲା ଯିବ ବୋଲି ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ଙ୍କ ଠାରୁ ସୂଚନା କରା ଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)














