ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ଆଲତି ସାଂସ୍କୃତିକ ସଂଘ ପକ୍ଷରୁ ଟେଲି ଫିଲ୍ମ ନଦୀର୍ ପାଏନ୍ ନଏଦକେ ଯା ର ଶୁଭ ମୁହରତ୍ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବୁଡାପାଲି ଶୈବପୀଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ନିକଟସ୍ଥ ବାବା ଡୁଙ୍ଗୁରୀରୁ ସୁଟିଂ ଆରମ୍ଭ ହୋଇଥିଲା । ନାଟ୍ୟକାର ରାଜେଶ କୁମାର କାରିଆ ଏହାର କାହାଣୀ ଓ ସଂଳାପ ରଚନା କରିଥିବାବେଳେ ରାଜେଶ୍ବର ବେହେରା ଚିତ୍ରନାଟ୍ୟ ଦେଇଥିଲେ। ବିଶିଷ୍ଟ କ୍ୟାମେରାମେନ ଜିତେନ୍ଦ୍ରିୟ ମେହେରଙ୍କ ତତ୍ତ୍ବାବଧାନରେ ଦେବାଶିଷ ମେହେର, ତୁଳସୀ ନାଏକ, ପ୍ରଶାନ୍ତ ଚିରଗୁଣ ଚିତ୍ର ଉତ୍ତୋଳନ କରିଥିଲେ ।
ଚିତ୍ରସେନ ମେହେର ନିର୍ଦ୍ଦେଶନା ଦେଇଥିବାବେଳେ କୋରିଓଗ୍ରାଫର ଭାବେ ଯୋଗ ଦେଇଥିଲେ ନ୍ରୁତ୍ୟ ନିର୍ଦ୍ଦେଶକ ମନୋଜ କୁମାର ପାଣ୍ଡେ । କଣ୍ଠଶିଳ୍ପୀ ସୁଷମା ଭୋଇ କଣ୍ଠ ଦାନ କରିଥିବାବେଳେ ଘନଶ୍ୟାମ ମେହେର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପାଣି ମଣିଷର ଏକ ଅତ୍ଯାବଶ୍ଯକ ସାମଗ୍ରୀ । ଏହା ବିନା ଜୀବନ ଧାରଣ ଅସମ୍ଭବ । ପିଲା ଠାରୁ ବୁଢା ପର୍ୟ୍ଯନ୍ତ ସଭିଏଁ ଏକଥା ମର୍ମେ ମର୍ମେ ଅନୁଭବ କରୁଛନ୍ତି । ହେଲେ କ୍ରମଶଃ ନଦୀ ଓ ଭୂତଳ ଜଳ ବିଭିନ୍ନ ଭାବରେ ପ୍ରଦୂଷିତ ହେବାକୁ ଲାଗିଛି । ଏ ଦିଗରେ ସଭିଏଁ ଦ୍ରୁଷ୍ଟି ନ ଦେଲେ ଆଗାମୀ ଦିନରେ ପ୍ରଦୂଷିତ ପାଣି ବ୍ଯବହାର କରି ନାନାଦି ରୋଗ ସ୍ରୁଷ୍ଟି ହେବା ସହ ଜଳ ସମସ୍ଯା ଦେଖା ଦେବ ।
ଏପରି ଦିନ ଆସିବ ଯେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକମାନେ ସରକାରଙ୍କ ଉପରେ ନିର୍ଭର କରିବାକୁ ବାଧ୍ଯ ହେବେ। ଜଳ ପ୍ରଦୂଷଣ ରୋକିବାକୁ ଏଥରେ ବଳିଷ୍ଠ ବାର୍ତ୍ତା ନିହିତ ରହିଛି ବୋଲି ନାଟ୍ୟକାର ରାଜେଶ କୁମାର କାରିଆ କହିଛନ୍ତି । ବିଜେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବାର ଯୋଜନା ରହିଛି । ତରଣୀସେନ ସାହୁ, ଜିତେନ୍ଦ୍ରିୟ ମେହେର, ନରେଶ ତରିଆ, ଭରତ ସାହୁ, ଭାଗବତ ପଧାନ, ନେତ୍ରାନନ୍ଦ ମେହେର, ନୀଳମଣି ମେହେର, ରାଜେଶ୍ବର ବେହେରା,ଭାଗବତିଆ ବରିହା, ହେମରେଣୁ ମେହେର, ସ୍ବରୂପ ମେହେର,ସୁଜିତ ରଣା ସମେତ ଆଞ୍ଚଳିକ କଳାକାରଗଣ ଏଥିରେ ଅଭିନୟ କରିଥିଲେ । ସୁଟିଂ କାର୍ଯ୍ୟକ୍ରମ ପୁରା ଦମରେ ଚାଲିଥିବାବେଳେ ଖୁବ୍ ଶୀଘ୍ର ଏହା ମୁକ୍ତି ଲାଭ କରିବ ବୋଲି ସଂପ୍ରୁକ୍ତ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)