ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ଦିନ ବ୍ରହ୍ମଗିରିରେ ଗ୍ରାମ୍ୟ ନ୍ୟାୟାଳୟର ନୂତନ ଗୃହ ଉଦଘାଟିତ ହୋଇଯାଇଛି l ଆଭାସି ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ତଣ୍ଡନଙ୍କ ଦ୍ଵାରା ଉଦଘାଟନ କରାଯାଇଥଲା l ମୁଖ୍ୟ ବିଚାରପତି ଙ୍କ ସହିତ ବିଚାରପତି ଏସ କେ ସାହୁ ରହିଥିଲେ। ନୂତନ ଭାବେ ନିର୍ମାଣ କରାଯାଇଥିବା ଗ୍ରାମ ନ୍ୟାୟଳୟରେ ଜିଲ୍ଲା ଜଜ ଅଜନ୍ତା ଷଢଙ୍ଗୀ,ଅତିରିକ୍ତ ଜିଲ୍ଲା ଜଜ ସୈକତ ପାତ୍ର ଓ ବ୍ରହ୍ମଗିରି ନ୍ୟାୟାଧିକାରୀ ନିତ୍ୟାନନ୍ଦ ଚୌବେ ଉପସ୍ଥିତ ରହିଥିଲେ l

ବ୍ରହ୍ମଗିରି ରେ ପ୍ରଥମ କରି ଜୁନ ମାସ ୭ତାରିଖ ୨୦୨୧ ଠାରୁ ଏହି ଗ୍ର୍ୟାମ ନ୍ୟାୟାଳୟ ବ୍ରହ୍ମଗିରି ପଂଚାୟତ କାର୍ଯ୍ୟାଳୟରେ ପରିସରରେ ଭଡ଼ାରେ କାର୍ଯ୍ୟକାରି କରୁଥିଲା । ଏହି ଗ୍ରାମ ନ୍ୟାୟାଳୟର ନୂତନ ଗୃହ ର ଭିତ୍ତିପ୍ରସ୍ତର ସ୍ଥାପନ ଫେବୃଆରୀ ୪ ତାରିଖ ୨୦୨୩ ରେ କରାଯାଇଥିଲା । ପାଖାପାଖି ଅଢେଇ ବର୍ଷ ପରେ ନ୍ୟାୟାଳୟ ର ଗୃହ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲା ।
















