No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିବା ସହ ଅଭିଯୋଗ କାରୀ ଙ୍କ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ବିଭିନ୍ନ ଅଧିକାରୀ ମାନଙ୍କ ପାଖକୁ ଯାଉଥିବା ଆବେଦନ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଆଇନ ଅନୁଯାୟୀ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମୋଟ ୬୧ ଟି ଅଭିଯୋଗ ମିଳିଥିଲା ।

ସେଥିରୁ ୪୦ ଟି ବ୍ୟକ୍ତିଗତ,୨୦ଟି ଗ୍ରାମ୍ୟ ଅଭିଯୋଗ ସମ୍ପର୍କିତ,ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ସମ୍ପର୍କରେ ରହିଥିଲା । ତତକ୍ଷଣାତ ୨ଗୋଟି ଅଭିଯୋଗ ର ସମାଧାନ ହୋଇଥିଲା । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର,

ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,ନିମାପଡା ବିଡିଓ ଅଭିଷେକ ଷଡ଼ଙ୍ଗୀ,ତହସିଲଦାର ମନୋଜ କୁମାର ପ୍ରଧାନ,ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା, ଅନ୍ୟ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଆସନ୍ତା ୨୮ ତାରିଖ ଦିବା ୧୦ ଘଟିକାରେ ଯୁଗ୍ମ ଅଭିଯୋଗ ଶୁଣାଣୀ କୃଷ୍ଣ ପ୍ରସାଦ ବ୍ଲକରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

No Result
View All Result