ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବର୍ଷା ହେଉଛି ସର୍ଜନାର ଋତୁ ବର୍ଷା ଆସିଲେ ଶୁଖିଲା ମାଟି ଓଠରେ ଯେପରି ହସ ଫୁଟି ଥାଏ ସେମିତ ବର୍ଷାକୁ ଦେଖି କବି ଓ ଲେଖକ ମାନଙ୍କ ମନରେ ନୂତନ ଭାବନାର ଉନ୍ମୋଚନ ହୋଇଥାଏ l ଯେଉଁ ଭାବନାକୁ ନେଇ ଓଡ଼ିଆ କାବ୍ୟ କବିତା ଆଜି ସମୃଦ୍ଧ ବୋଲି ଆଷାଢ଼ ସାହିତ୍ୟ ସଂସଦର 34 ତମ ବର୍ଷା ମିଳନ ଅବସରରେ ରବିବାର ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ଅନୁଷ୍ଠାନର ଉପସଭାପତି କାଦମ୍ବିନୀ ପରିଜା ଙ୍କ ସଭାପତିତ୍ୱରେ ଧ୍ୟାନକୁଦ ଠାରେ ଆୟୋଜିତ ବର୍ଷାମିଳନ ଉଚ୍ଛବରେ ଉଦ୍ଘାଟକ ଭାବେ ଧ୍ୟାନକୁଦ ପୀଠର ପିଠାଧୀଶ ବାବା ଅରକ୍ଷିତ ଦାସ ଯୋଗଦେଇ ପ୍ରଦୀପଜାଳି ଉଦ୍ଘାଟନ କରିଥିଲେ l

ବରେଣ୍ୟ ଅଥିତି ଭାବେ ଲୋକ ସେବକ ମଣ୍ଡଳର ସଦସ୍ୟ ପ୍ରଭାସ ଆଚାର୍ଯ୍ୟ, ପ୍ରତିଷ୍ଠାତା ସଭାପତି ସାରଳା ସାହିତ୍ୟ ସଂସଦ ଡ଼ଃ ଇଂ ପ୍ରଭାକର ସ୍ୱାଇଁ, ସୁ ସାହିତ୍ୟିକା ଡ଼ଃ ରଂଜିତା ନାୟକ, ଡ଼ଃ ବସୁମତୀ ଶତପଥୀ, ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଥିଲେ l ପ୍ରମ୍ଭିକ ସଂଗୀତ ଗାନ କରିଥିଲେ ସୂଦୀପ୍ତା ମହାପାତ୍ର, ବେଦ ପାଠ କରିଥିଲେ ପଣ୍ଡିତ ଗୁରୁପ୍ରସାଦ ରଥ, ପରିଚୟ ପ୍ରଦାନ କରିଥିଲେ କବି ପିତାମ୍ବର ମହାପାତ୍ର ସଭାପତି ଆଷାଢ଼ ସାହିତ୍ୟ ସଂସଦ, ସ୍ୱାଗତ ଭାଷଣ ରମାକାନ୍ତ ରଥ,ଏହି ଅବସରରେ ସମ୍ପାଦିକା କୁନ୍ତଳା ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠକରିଥିଲେ l ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l

ସଂଯୋଜନା କରିଥିଲେ ଶର୍ମିଷ୍ଠା ସାହୁ l ସଂଯୋଜକ ଭାବେ ସୌମେନ୍ଦ୍ର ମହାପାତ୍ର, ପଚାଶରୁ ଉର୍ଦ୍ଧ କବି କବୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରଶାନ୍ତ କୁମାର ଲେଙ୍କାଙ୍କୁ ନାରାୟଣ ପଣ୍ଡା ଶିକ୍ଷା ସମ୍ମାନ, ହୃଦାନନ୍ଦ ରାଉତରାୟ ଙ୍କୁ ବ୍ରଜବନ୍ଧୁ ସତପଥୀ ଶିକ୍ଷା ସମାନ, କେଶବ ଚନ୍ଦ୍ର ପ୍ରଧାନଙ୍କୁ ଖିରୋଦ ଚନ୍ଦ୍ର ଶତପଥୀ ସମବାୟ ସମାନ, ସେସଦେବ ଛୋଟରାୟ ଙ୍କୁ କୈଳାଶନାଥ ଦୀକ୍ଷିତ ଗୀତି ସମାନ, ବିଧୁ ଭୂଷଣ ମହାନ୍ତି ଙ୍କୁ ବୀରବର ଭକ୍ତି ସମାନ,

ନାରାୟଣ ଭୋଳ ଙ୍କୁ ରାଧାନାଥ ଶତପଥୀ ସେବାସମାନ, ଅକ୍ଷୟ ଭୂୟାଁ ଙ୍କୁ ମାୟାଧର କର ସେବା ସମ୍ମାନ, ସ୍ଲୀପl ସାହୁଙ୍କୁ ମାଳତୀ କର ସେବାସମାନ, ବନ ଲତା ମହାପାତ୍ରଙ୍କୁ ବିଦୁତଲତା ପଣ୍ଡା କବିତା ସମ୍ମାନ, ମାନସୀ ପ୍ରଭା ସ୍ୱାଇଁ ଙ୍କୁ ମୀରା ରାଣୀ ମହାପତ୍ର ସେବା ସମ୍ମାନ, ଶୁଭଙ୍କର ପାଢୀଙ୍କୁ ଅଲେଖ ଚନ୍ଦ୍ର ମେଧା ସମ୍ମାନ, ଅଲିଭା ପାତ୍ର ଙ୍କୁ ଆଷାଢ଼ ମେଧା ସମ୍ମାନ, ଦିବ୍ୟ ଦର୍ଶିକା ଦାଶ ଙ୍କୁ ଆଷାଢ଼ ମେଧା ସମ୍ମାନ, ସାସ୍ୱତୀ ସମ୍ୟା ସ୍ୱାଇଁ ଙ୍କୁ ଆଷାଢ଼ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା l କବି ପିତାମ୍ବର ମହାପାତ୍ର ଙ୍କ ରଚିତ ଚତୃର୍ଥ ଗଳ୍ପ ସଂକଳନ “ନୂଆ ସକାଳର ବାସନ୍ନା “କୁ ଅତିଥି ମାନେ ଉନ୍ମ୍ମୋଚନ କରିଥିଲେ l














