No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶିଶୁ ମାନଂକ ମାସିକ ଖବର କାଗଜ ଶିଶୁ ସମାଚାର ର ଅଷ୍ଟାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ ଆସନ୍ତା ଅଗଷ୍ଟ ୨ତାରିଖ ପୂରୀ ଟାଉନ ହଲ ରେ ଅନୁଷ୍ଟିତ ହେବ । ତା ପୂର୍ବରୁ ରବିବାରଦିନ ଦୋଳ ମଣ୍ଡପ ସାହି ୟୁ ପି ସ୍କୁଲ ରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗୀତା ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଶିଶୁ ସମାଚାର ର ସମ୍ପଦକ୍ ସୁକାନ୍ତ ପଣ୍ଡା,ପରିଚାଳନା ମଣ୍ଡଳୀ ସଦସ୍ୟ ଶରତ କୁମାର୍ ରାୟଗୁରୁ, ଉପଦେଷ୍ଟା ଧ୍ରୁବ ଚରଣ କର , ବିଜୟ କୁମାର ପଣ୍ଡା ପ୍ରତିଯୋଗିତା କୁ ଶୁଭାରମ୍ଭ କରି କହିଲେ ଯେ ପିଲା ମାନଂକ ମଧ୍ୟରେ ପ୍ରତିଭା କୁ ଲୋକ୍ ଲୋଚନ କୁ ଆଣିବା ପାଇଁ ଶିଶୁ ସମାଚାର ତାର ଅହରହ ଚେଷ୍ଟା ଚାଲୁ ରଖିଛି ।
ଏଥିରେ ଶିକ୍ଷକ ଅଭିଭାବକ ମାନଂକ ର ସହଯୋଗ କୁ ପ୍ରଶଂସା କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତା ରେ ଦୁର୍ଗା ମାଧବ କର, ଚନ୍ଦ୍ର ଶେଖର ମହାରଣା, ସତ୍ୟ ପାଢ଼ୀ, ବିଶ୍ୱନାଥ ପଣ୍ଡା କେଶବ ନାୟକ ଓ ବକୃତା ରେ ଶିବ ସୁନ୍ଦର ମିଶ୍ର, ବାସନ୍ତୀ ଦେବୀ, ସଂଘମିତ୍ରା ଦାସ, ସିଦ୍ଧାର୍ଥ ରୟ, ଶୁଭ ନାରାୟଣ ଶତପଥି, ରେଣୁକା ମିଶ୍ର ବିଚାରକ ଭାବେ ଯୋଗ ଦେଇଥିଲେ । ଏହାକୁ ବନିତା ଦୀକ୍ଷିତ, ପ୍ରଦ୍ୟୁଟ ଦାସ,ପ୍ରିତମ୍ ମିତ୍ର, ଆକାସ ସିଂ, ମୋନାଲିସା ଜେନାପ୍ରମୁଖ ସହଯୋଗ କରିଥିଲେ ।

No Result
View All Result