ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ଉଦ୍ୟମରେ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ତାଲିମ୍ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ଚାଲିଥିଲା।କାର୍ଯ୍ୟକ୍ରମର ଉଦଯାପନି ଦିବସ ଅବସରରେ CDO-cum-EO ନରେଶ ଚନ୍ଦ୍ର ଶବର ଙ୍କ ଶୁଭ ହସ୍ତେ କରାଯାଇଥିଲା ।















