No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଗୁରୁ ହେଉଛନ୍ତି ଆଲୋକର ଉତ୍ସ ଜୀବନକୁ ଓ ସମାଜକୁ ଗୁରୁହିଁ ବାଟ ଦେଖାଇ ଥାନ୍ତି l ପ୍ରତ୍ବେକଙ୍କ ଜୀବନରେ ମା’ ବାପା ହେଲେ ପ୍ରଥମ ଗୁରୁ ପରେ ପରେ ଶିକ୍ଷା ଗୁରୁ ଓ ଦୀକ୍ଷାଗୁରୁ ଅଜ୍ଞାନ ରୂପକ ଅନ୍ଧାରକୁ ନାଶକରି ଆଲୋକ ପ୍ରଦାନ କରି ଥାନ୍ତି l ପ୍ରାଚୀନ ଗୁରୁକୁଳ ଆଶ୍ରମ ଠାରୁ ଅଦ୍ୟାବଧି ଶିକ୍ଷକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ବୋଲି ଶନିବାର ବିରିଡି ବ୍ଲକ ବାଇଶି ମୌଜା ପୁରଣ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉଚ୍ଛବରେ ଯୋଗଦେଇ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି l
ଏହି ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ମାଦେଳୀ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ଃ ବିଭୂପ୍ରସାଦ ତରାଇ, ମୁଖ୍ୟ ବକ୍ତା ଭାବେ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ସମାନୀୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଡ଼ଃ ଶ୍ରୀଚରଣ ଦାସ ଶିକ୍ଷା ବିତ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ,
ସରପଞ୍ଚ ଯୁଧିଷ୍ଠିର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୃପାସିନ୍ଧୁ ଭୋଇ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଥିଲେ l ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ବାଦଲ କୁମାର ସେଠୀ l ବାର୍ଷିକ ବିବରଣୀ ପାଠ କରିଥିଲେ ଶିକ୍ଷୟତ୍ରୀ ସୁଧାଂଶୁ ମଞ୍ଜରୀ ଦାଶ l ଏହି ଅବସରରେ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଂକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଛାତ୍ରୀ ମାନଙ୍କ ପକ୍ଷରୁ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ଶେଷରେ ଶିକ୍ଷୟତ୍ରୀ ସସ୍ମିତା ସାହୁ ଧନ୍ୟ ବାଦ ଦେଇଥିଲେ l

No Result
View All Result