ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ଠାରେ ଆଜି ସ୍ବର୍ଗତ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ବରୀ କଵାସୀ ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପରିବାର ବୃନ୍ଦ ଓ ଉପସ୍ଥିତ ଅତିଥିମାନେ ତାଙ୍କ ପ୍ରତିମୁତ୍ତିରେ ପୂଷ୍ପମାଲ୍ୟ ଦେଇଥିଲେ । ସ୍ବର୍ଗତ ରାଜେଶ୍ଵରୀ କଵାସୀ ସ୍ବର୍ଗତ ପୂର୍ବତନ ବିଧାୟକ ନାକା କାନାୟାଙ୍କ ବୋହୁ ଓ ନାକା ନାହାମ କୁମାରଙ୍କ ଧର୍ମପନ୍ନୀ ଥିଲେ । ଏହା ଦ୍ୟଥିତ ସେ ଜଣେ ସରଳ, ପରୋପକାରୀ, ଧର୍ମପରାୟଣ ଓ ନିଷ୍ଠାପର ଦ୍ୟକ୍ରିତ୍ବର ଅଧିକାରୀ ଥିଲେ ।

ତାଙ୍କ ସମୟରେ ପଡ଼ିଆ ଗ୍ରାମପଞ୍ଚାୟତର ସର୍ବାଙ୍ଗିନ ଉନ୍ନତ ନିମନ୍ତେ ସେ ବହୁ ପ୍ରଚେଷ୍ଟା କରିଥିଲେ । ନାକା ନାହାମ ଓ ନାକା ନୁକାଲ ରାଜୁ ଙ୍କ ଦ୍ଵାରା ଆୟୋଜିତ ଏହି ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳନ ଅବସରରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ବାପାନପାଲ୍ଲୀ ସରପଞ୍ଚ ମେଧା ଵଗାମ, ନାକା ବିଛେମ୍ମାମା, ପଡ଼ିଆ ବ୍ଲକ ବିଜେଡି ସଭାପତି ସି ଏଚ୍ ରାଵିଡ କୁମାର, ଏମ୍ ମେଷାକ ରବି, ପୂର୍ବତନ ବିଧାୟକ ପ୍ରତିନିଧି କୋଟାମ ବାଲାୟା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ଵେଟି, ତିନାମ ଏଙ୍ଗିଲାୟା,

ଚିନାମ ଵିଛେମ, ଟି. ବିଛେମ , ମନୋଜ ବିଷୋୟୀ , ପଡ଼ିଆ ସ୍ବାସ୍ଥ୍ୟ କର୍ମୀ ବିଜୟ କୁମାର ନାୟକ, ମାଲକାନଗିରି ଏ ଆର ଆଇ ପ୍ରଦୀପ କୁମାର ରଥ , ପଡ଼ିଆ ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ଏସ୍ ରାଜେନ୍ଦ୍ର ପ୍ରସାଦ, ରାମ ମୁର୍ତ୍ତି,ନାକା ଅଶୋକ କୁମାର, ନାକା ନବୀନ କୁମାର, ପଟଲା ଦିଲୀପ , ସ୍ବର୍ଗତ ରାଜେଶ୍ବରୀଙ୍କ ମା ସେନ୍ତାମା କଵାସୀ ଓ ତାଙ୍କ ପରିବାର ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।














