ପୂରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟଡିଅମ ଠାରେ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଅଫ ଓଡିଶା ଙ୍କ ଆନୁକୂଲ୍ୟରେ ଷଷ୍ଠ ଯୋଗ ବିଚାରକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି| ଏହା ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା | ଏହି ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୨ ଜଣ ଯୋଗ ବିଚାରକ ଯୋଗଦେଇଥିଲେ l ଆଗକୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଏହି ବିଚାରକମାନେ ଅଂଶ ଗ୍ରହଣକରି ଉପଯୁକ୍ତ ପ୍ରତିଯୋଗୀ ଅନ୍ୱେଷଣ କରି ସେହି ପ୍ରତିଯୋଗୀମାନଙ୍କୁ ଜାତୀୟ ସ୍ତରରେ ପ୍ରତିଭା ଦେଖାଇ ରାଜ୍ୟପାଇଁ ଗୌରବ ଆଣିବେ ବୋଲି ଆଜିର ଏହି ପ୍ରଶିକ୍ଷଣ ଶିବିରର ବିଚାରକମାନେ ଆଶା ପୋଷଣ କରିଥିଲେ l















