No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ବ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିବା ସହ ରାଜସ୍ବ ଆଦାୟ ର ଧାର୍ଯ୍ୟ ଲକ୍ଷ୍ୟ କୁ ପୂରଣ ପାଇଁ ସମସ୍ତ ରାଜସ୍ବ ଅଧିକାରୀ ଓ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ରାଜସ୍ବ ମାମଲା ଗୁଡିକର ତ୍ବରାନ୍ବିତ ସମାଧାନ, ସାଧାରଣ ଲୋକଙ୍କୁ ଉପଯୁକ୍ତ ସମୟ ଅବଧି ରେ ବବିଧ ରାଜସ୍ବ ପ୍ରମାଣପତ୍ର ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।ସରକାରୀ ଜମିର ସୁରକ୍ଷା, ଭୂମି ହୀନ ଙ୍କୁ ଚିହ୍ନଟ, ବିଭିନ୍ନ ପ୍ରକଳ୍ପ ପାଇଁ ଭୂମି ଚିହ୍ନଟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ,
ମୋଟର ଯାନ ରାଜସ୍ବ ସଂଗ୍ରହ, ଅବକାରୀ ରାଜସ୍ବ, ଷ୍ଟାମ୍ପ ଡ୍ୟୁଟି,ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯିବା ସହ ରାଜସ୍ବ ଅଧିକାରୀ ମାନଙ୍କୁ ଉପଯୁକ୍ତ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ପିକେଡିଏ ସଚିବ ଦିଲ୍ଲୀପ ମହାରଣା, ରାଜସ୍ବ ଡେପୁଟି କଲେକ୍ଟର ସହଦେବ ସାହୁ,ଜିଲ୍ଲାର ସମସ୍ତ ତହସିଲଦାର,ଅତିରିକ୍ତ ତହସିଲଦାର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

No Result
View All Result