ରଣପୁର(ଓଡିଶା ତାଜା ନିଉଜ୍)ରଣପୁର 29.12.2019:-ଆଜି ରଣପୁର ନିକଟସ୍ଥ ଶିମିଳି ଠାକୁରାଣୀ ପୀଠରେ ୧୯୯୧ ମାଟ୍ରିକ ବ୍ୟାଚ ର ବନ୍ଦୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିସିହାଇସ୍କୃଲ ର ଛାତ୍ର ମାନେ ଯୋଗଦେଇଥିଲେ । ଦୀର୍ଘ ୨୯ ବର୍ଷପରେ ବନ୍ଧୁମାନେ ଏକତ୍ରୀତ ହୋଇ ମଜ୍ଜା ଉଠାଇଥିଲେ ।
ପ୍ରଥମେ ଏହି ପ୍ରାକୃତିକ ପରିବେଶ ଭରା ଶିମିଳି ଠାକୁରାଣୀ ପୀଠରେ ବନ୍ଧୁମାନେ ସ୍ୱଚ୍ଚ ଭାରତ ଅଭିଯାନର କାର୍ଯ୍ୟକ୍ରମକୁ ଆଗେଇ ନେେଇ ସଫେଇ କାର୍ଯ୍ୟ କରିଥିଲେ । ପରେ ବନ୍ଧୁ ମାନଙ୍କ ଗହଣରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାର ପ୍ରଥମରେ ସାଙ୍ଗ ମାନଙ୍କ ଗହଣରେ ୫ ଜଣ ସଭ୍ୟ ପରଲୋକ ଗମନ କରିଥିବାରୁ ସେମାନଙ୍କ ଉଦେଶ୍ୟରେ ୨ ମିନିଟ୍ ନିରବ ପ୍ରଥନା କରାଯାଇଥିଲା ।
ଆଗାମୀ ଦିନରେ ଏହି ଶିମିଳି ଠାକୁରାଣୀ ପୀଠକୁ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇ ଅଧିକ ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ଚେଷ୍ଠା କରାଯିବ ବୋଲି କାଉନସିଲର ସତ୍ୟନାରାୟଣ ମତା ମତ ଦେଇଥିଲେ । ଏଥିରେ ବିଭିନ୍ନ ପ୍ରକାର ଅଭିନୟ ସହ ଗୀତ ନାଚ ଅନୁଷ୍ଠିତ ହୋଇଥିଲା । ପରେ ସଭାପତି ଭାବେ ବିଭୁକିଶୋର ମଲ୍ଲିକ , ସମ୍ପାଦକ ଭାବେ ପ୍ରଭାତ ପ୍ରଧାନ ଓ କୋଷାଧକ୍ଷ ଭାବେ ମନୋରଞନ ପୃଷ୍ଟି ମନୋନିତ ହୋଇଥିଲେ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବ୍ରତ ପ୍ରହରାଜ , ସଞୟକୁମାର ନନ୍ଦ, ମାନସ ମିଶ୍ର , ଲିଟୁ ସାହୁ , ରଘୁନାଥ ନାୟକ , ସେକ ନିଜାମୁଦିନ, ଅଶୋକ କୁମାର ସାହୁ , କୃର୍ଷଂଚନ୍ଦ୍ର ପ୍ରଧାନ , ବଂଶିଧର ପ୍ରଧାନ , ଅରୁଣ ମହାପାତ୍ର , ବିଷ୍ଣୁ ମହାରଣା, ସୁଭେନ୍ଦୁ ସ୍ୱାଇଁ ସମରେନ୍ଦ୍ର ଦାସ ଓ ବିଧୂଭୁଷଣ ଦାସ ପ୍ରମୁଖ ଯୋଗ ଦେଇଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି