No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଶୁକ୍ରବାର ଦିନ ଖୋର୍ଦ୍ଧା ବିଧାୟକ କାର୍ଯ୍ୟାଳୟ ଠାରେ ୫୦୦ରୁ ଉର୍ଦ୍ଧ ଅଭିଯୋଗ କୁ ନେଇ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସମେତ ସ୍ଥାନୀୟ ଉପ ଜିଲ୍ଲାପାଳ, ପୌର ନିର୍ବାହୀ ଅଧିକାରୀ,ବିଡ଼ିଓ, ତହସିଲଦାର,ରେଭେନ୍ୟୁ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଥିବା ବେଳେ ଅନ୍ ସ୍ପଟ୍ ଶତାଧିକ ଅଭିଯୋଗ ର ସମାଧାନ ହୋଇଥିଲା ।

ସାଧୁ ସନ୍ଥ, କ୍ରୀଡାବିତ୍ ଙ୍କ ସମେତ ବିଭିନ୍ନ ବର୍ଗର ଲୋକ ମାନଙ୍କ ଅଭିଯୋଗ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଖୋର୍ଦ୍ଧା ଗଡଦ୍ୱାର ସାହି ପାଇଁ ମଶାଣି,ବିଭିନ୍ନ ଜମି ଚିହ୍ନଟ ବ୍ୟତୀତ ଶିକ୍ଷା,ସ୍ବାସ୍ଥ୍ୟ, ରାସ୍ତା,ଡ୍ରେନ,ଲାଇଟ୍,ପାଣି ଆଦି ମୌଳିକ ସମସ୍ୟା ମାନଙ୍କୁ ନେଇ ଅଭିଯୋଗ ଓ ଦାବି ରହିଥିବା ବେଳେ, ଅଭିଯୋଗ ଗୁଡ଼ିକର ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଯାହାକୁ ନେଇ ଅଭିଯୋଗକାରୀ ମାନେ ବେଶ୍ ଆଶ୍ବସ୍ତ ହୋଇଥିଲେ।

ଏଥିସହିତ ଖୋର୍ଦ୍ଧା ଟାଉନ୍ ହଲ୍ ରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ଼ କମ୍ପାନୀର ସାମାଜିକ ଦାୟିତ୍ଵବୋଧ (CSR) କାର୍ଯ୍ୟ ଆଧାରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗ ଦେଇ ୯୯ ଜଣ ଦିବ୍ୟାଙ୍ଗ ଙ୍କୁ ବ୍ୟାଟେରୀ ଚାଳିତ ଗାଡି ଓ ୧୭ ଜଣଙ୍କୁ ଆଶାବାଡ଼ି ପ୍ରଦାନ କରିଥିଲେ। ଆଇ.ଓ.ସି.ଏଲ୍ ର ଡି.ଜି.ଏମ ସି. ଏସ୍.ଆର ପି.କେ.ପଣ୍ଡା ଙ୍କ ଉପସ୍ଥିତି ରେ ଖୋର୍ଦ୍ଧା ଅଞ୍ଚଳର ୧୧୬ ଜଣ ଦିବ୍ୟାଙ୍ଗ ଙ୍କୁ ୫୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଏହି ସେବା ଯୋଗାଇ ଦିଆଯାଇଥିବା ବେଳେ, ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହିଭଳି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ସାଂସଦ ଓ ବିଧାୟକ।

ଅନ୍ୟପଟେ ଖୋର୍ଦ୍ଧା ବାସୀଙ୍କର ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ନିକଟ ଜାତୀୟ ରାଜପଥ ରୁ ଖୋର୍ଦ୍ଧା ଟାଉନ୍ କୁ ସଂଯୋଗ କରୁଥିବା ରାସ୍ତା ଏବଂ ପୌରାଞ୍ଚଳ ର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ୧୨ଟି ପ୍ରମୁଖ ରାସ୍ତା ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସାଂସଦ। ମୁଖ୍ୟ ରାସ୍ତା ପାଇଁ ଅନ୍ୟୁନ ୧୦ କୋଟି ଓ ଅନ୍ୟ ୧୨ଟି ରାସ୍ତା ପାଇଁ ଅନ୍ୟୁନ ୧୨କୋଟି ଟଙ୍କା , ମୋଟ୍ ୨୨କୋଟି ଟଙ୍କାର ବ୍ୟୟ ଅଟକଳ ରହିଥିବା ବେଳେ,

ଆଗାମୀ ୯ମାସ ମଧ୍ୟରେ ପୂର୍ତ୍ତବିଭାଗ ଦ୍ଵାରା କାମ କରାଯିବ ବୋଲି କହିଛନ୍ତି ସାଂସଦ ଓ ବିଧାୟକ । ଏହି ଅବସରରେ ଖୋର୍ଦ୍ଧା ପୌରଧକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି,ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ,ରାସ୍ତା କାମ ସଂପୂର୍ଣ୍ଣ ହେବା ପରେ ଖୋର୍ଦ୍ଧା ବାସୀ ବେଶ୍ ଉପକୃତ ହେବେ ବୋଲି ଆଶା କରାଯାଉଛି ।

No Result
View All Result